STORYMIRROR

Pritipriya Mohanty

Inspirational

3  

Pritipriya Mohanty

Inspirational

ବନ୍ଧୁତା

ବନ୍ଧୁତା

1 min
14.1K



ସୁନ୍ଦର,ମଧୁର ଏଇ

ସମ୍ପର୍କ ବନ୍ଧୁତା,

ପ୍ରଶୟ ଯେ ଦେବା ନାହିଁ

କେବେ ହେଁ ଶତ୍ରୁତା।

ବନ୍ଧୁ ବିନା ଏ ଜୀବନ

ଅଟେ ମୂଲ୍ୟହୀନ,

ଶରୀରଟା ଜୀବ ଥାଇ

ଶବର ସମାନ ।

ବନ୍ଧୁ ସେ ନୁହଁଇ ଯିଏ

ଥାଏ ସୁଖ ବେଳେ,

ବନ୍ଧୁ ସିଏ ଯିଏ ଥାଏ

ବିପଦର କାଳେ।

ବନ୍ଧୁ ଚୟନର ବେଳେ

ହୋଇଲେ ସତର୍କ,

ଜୀବନରେ କେବେ ହେଲେ

ନ ହୁଏ ବିତର୍କ।

କୁସଙ୍ଗର ପରିଣାମ

ଜହର ସଦୃଶ,

ଜୀବନରୁ ନିଶ୍ଚେ ତାହା

ଲିଭାଇବ ହସ।

ସ୍ୱର୍ଗ ସୁଖ ଭୋଗେ ସେ ଯେ

ସୁସଙ୍ଗରେ ଥାଏ,

କୁସଙ୍ଗରେ ଥିବା ଜନ

ହନ୍ତସନ୍ତ ହୁଏ।

ସୁସ୍ଥ ବନ୍ଧୁତା ଯେ ଅଟେ

ଜୀବନର ସାର,

ଶୁଷ୍କ ମରୁରେ ଯେସନ

ଦେଖାଦେଲେ ନୀର,

ବନ୍ଧୁତାରେ ଲୋଡା ନାହିଁ

ଜାତି କି ଅଜାତି,

ବନ୍ଧୁଟିଏ ଲୋଡେ ଖାଲି

ଆସୁମାରୀ ପ୍ରୀତି।

ଗଛ ଲତା ବନ୍ଧୁ ସମ

ଅତି ହିତକାରୀ,

ତା'ଯୋଗୁ ଜିଇଁଛୁ ଆମେ

ଜୀବନକୁ ଧରି।

ମାଆ ଓ ବାପାଙ୍କୁ ଯଦି

କରିବାଟି ସାଙ୍ଗ,

ସୁରକ୍ଷିତ ଜାଣ ନିଶ୍ଚେ

ଜୀବନର ମଙ୍ଗ।

ଭଉଣୀଟି ଯଦି ହୁଏ

ଜୀବନରେ ମିତ,

ଜୀବନଟା ହୋଇଯାଏ

ସୁରିଲା ସଙ୍ଗୀତ।

ଭାଇ ପରି ନୋହିବ କେ

ଆପଣାର ବନ୍ଧୁ

ସହଜ ସେ ଥିଲେ ହୁଏ

ପାରି ସାତ ସିନ୍ଧୁ।

ପତି ପତ୍ନୀ ଦୁହେଁ ସାଥି

ଜୀବନର ବାଟେ,

ବିଶ୍ୱାସ ଓ ଭରସାରେ

ଭଲେ ଦିନ କଟେ।

ତୁମେ ଯଦି ବନ୍ଧୁ ହୁଅ

ହେ ପରମେଶ୍ୱର,

ସବୁ କିଛି ପ୍ରାପ୍ୟ ଅନ୍ୟ

କି' ବା ଦରକାର।

ବନ୍ଧୁତାରେ କେବେ କା'ର

ନ ହେଉ ଟି ଇତି,

ଇଶ୍ୱରଙ୍କୁ କରୁଅଛି

ଏତିକି ବିନତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational