ବନ୍ଧୁତ୍ୱ ଦିବସ
ବନ୍ଧୁତ୍ୱ ଦିବସ
ସମ୍ପର୍କ ଭିତରେ ପବିତ୍ର ସମ୍ପର୍କ
ବନ୍ଧୁତ୍ବ ସମ୍ପର୍କ ଗୋଟି
ବନ୍ଧୁତ୍ବ ମଧ୍ଯରେ କପଟ ଆସିଲେ
ସମ୍ପର୍କ ହୁଅଇ ମାଟି ।
ବନ୍ଧୁତ୍ବ ଅଟଇ ଅମୂଲ୍ଯ ସମ୍ପଦ
ଏଇ ମାଟି ବୌକୁଣ୍ଠରେ
ସମ୍ପର୍କ ଭିତରେ ନିବିଡତା ହେଲେ
ଆନନ୍ଦର ସୁଧା ଝରେ ।
ପାଠ୍ଯପୁସ୍ତକରେ ରାଜପୁତ୍ର ଭାଲୁ
ବନ୍ଧୁତ୍ବ ଅମର ଗାଥା
ଠକ ରାଜପୁତ୍ର ଗଛୁ ପେଲିଦେଲା
ଶୁଣି ଘୂରିଯିବ ମଥା ।
ପଶୁକୂଳେ ଯାତ ଭାଲୁ ବୁଝିଥିଲା
ବନ୍ଧୁତ୍ବ ମାନ ମହତ
ଅବିଶ୍ବାସି ନର ବୁଝିପାରିଲାନି
ବିଶ୍ବାସର କଲା ହତ ।
ଭାଲୁ ଅଭିଶାପେ ବନ୍ଧୁଦ୍ରୋହି ନର
ବୁଲିଲା ପାଗଳ ପ୍ରାୟ
ବନ୍ଧୁଦ୍ରୋହି ଜନ ପାଏନା ଆଦର
ନର୍କେବାସ ତାର କାୟ ।
ଏକଥା ସ୍ମରଣ ରଖ ସାଧୁ ଜନେ
ହେବ ନାହିଁ ବନ୍ଧୁଦ୍ରୋହି
କୃଷ୍ଣ ସୁଦାମାଙ୍କ ନିବିଡ ବନ୍ଧୁତ୍ବ
ପୁରାଣରେ ଅଛି ରହି ।
ଭଗବାନ କୃଷ୍ଣ ଗରିବ ସୁଦାମା
ପ୍ରିୟ ଅନ୍ତରଙ୍ଗ ବନ୍ଧୁ
ଜଣଙ୍କ ପାଦରେ କଣ୍ଟାବିଦ୍ଧ ହେଲେ
ଅନ୍ୟର ପ୍ରାଣଟା କାନ୍ଦେ ।
ଆଜିର ମନୁଷ୍ଯ ବୁଝିପାରୁନାହିଁ
ସମ୍ପର୍କର ମାଧୁର୍ଯ୍ଯତା
ନିଜ ସୁଖ ପାଇଁ ଗଳେ ଖୁରଦେଇ
ବନ୍ଧୁତ୍ବ କରଇ ପିତା ।
ଏଇ ଶୁଭ ଦିନେ କରେ ନିବେଦନ
ରଖିବ ବନ୍ଧୁ ମହତ୍ବ
ଯୁଗଯୁଗ ପାଇଁ ସ୍ମରଣୀୟ ହେବ
ରଖିବ ଚିର ବନ୍ଧୁତ୍ବ ।
