ବନ୍ଧୁ ତ ବନ୍ଧୁ ଜଗତବନ୍ଧୁ
ବନ୍ଧୁ ତ ବନ୍ଧୁ ଜଗତବନ୍ଧୁ
ବନ୍ଧୁ ତ ବନ୍ଧୁ ଜଗତବନ୍ଧୁ
============
ବନ୍ଧୁ ତ ବନ୍ଧୁ ଜଗତ ବନ୍ଧୁ
ତାପରି ବନ୍ଧୁ ନାହିଁ l
କଳାଠାକୁର ବସିଛି ଦେଖ
ମେଲାଇ ବାହୁ ଦୁଇ ll
ଭକତ ବନ୍ଧୁ, କରୁଣା ସିନ୍ଧୁ
ଭକତ ପଛେ ଥାଇ l
କ୍ଷୀରର ଲୋଭେ ବାଛୁରୀ ଯଥା
ଗାଈର ପଛେ ଧାଇଁ ll
ଭବ ନାୟକ, ଭାବ ବଣିକ
ଭାବେ ଜଗତ ଛନ୍ଦି l
ଭାବରେ ପରା ଯଶୋଦା ମାଆ
ପଘାରେ ଥିଲେ ବାନ୍ଧି ll
ଭାବରେ ଦିନେ, ବିପ୍ର ସୁଦାମା
ଚୁଡ଼ାକୁ ଦେଲେ ଖାଇ l
ପାଦ ଉଦକ ପିଇଲେ ନିଜେ
ବନ୍ଧୁଙ୍କ ପାଦ ଧୋଇ ll
ବନ୍ଧୁ ପଣରେ କୋଳାଇ ନେଲେ
ଯାଜପୁରିଆ ବନ୍ଧୁ l
ବିଶାଳ ଅଟେ, ତାଙ୍କରି ହିଆ
ଯେହ୍ନେ ସପତସିନ୍ଧୁ ll
ଯୁଧିଷ୍ଠି ବୋଲେ ହସ୍ତିନା ଗଲେ
ହୋଇଲା ବଡ଼ ମଜା l
ବିଦୁର ଘରେ ଭାବେ ଖାଇଲେ
ପଖାଳ ଶାଗଭଜା ll
ମରମ କଥା, ହୃଦୟ ବ୍ୟଥା
ବୁଝଇ ଡାକି ଡାକି l
ତାପରି ବନ୍ଧୁ ଜଗତେ ନାହିଁ
କହୁଛି ଛୁଇଁ ଆଖି ll
ଆପଣା ପଣେ ତାପରି ଜଣେ
ଆଉ କେ ଅଛି କାହିଁ l
ତା ପାଖେ ଯଥା ହୃଦୟ କଥା
ଖୋଲିକି ପାର କହି ll
ଖୋଲି କହିଲେ ଉଭେଇ ଯାଏ
ଭବ ଯାତନା ସବୁ l
ତା' ପାଖେ ଯିବୁ ଦୁଃଖ କହିବୁ
ତାଭାବେ ଭାଇ ଥିବୁ ll
ସୁଖ ଦୁଃଖରେ ଭଲ ମନ୍ଦରେ
ସେହିଟି ଏକା ସାଥୀ l
ତାନାମ ଭଲେ ତୁଣ୍ଡରେ ଥିଲେ
ପଳାଏ ଦୁଃଖ ରାତି ll
ସାରା ସଂସାର ଅଟେ ଅସାର
ସତଟି ଏକା ସେହି l
ତା' ନାମ ଧରି ସଂସାର ତରୀ
ସୁଖରେ ଯାଏ ବାହି ll
ହେ ଜଗବନ୍ଧୁ, କରୁଣା ସିନ୍ଧୁ
ଜଗତେ ପଡ଼େ ଡାକ l
କୃପା ସାଗର, କରୁଣା ତୋର
ରଖ ହେ କଳାମୁଖ ll
🙏🙏🙏
ଅର୍ଜୁନୀ
------------
ଅର୍ଜୁନୀ ଚରଣ ବେହେରା
ମୋ -7693091971
