STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ବନ୍ଧୁ କରିବକି ଭଲ

ବନ୍ଧୁ କରିବକି ଭଲ

1 min
240


ଦେଶ ନିନ୍ଦା କରେ ବିଦେଶୀ ଭୂମିରୁ

କିପରି ନେତା ଦେଶର,

ଭଲ କି କରିବ ଦେଶର ସେହୁରେ

ଚିହ୍ନିବାର ଦରକାର।

ଦେଶ ନିନ୍ଦା କରେ..


ସ୍ବାଧୀନର ସ୍ବପ୍ନ ସାକାର ହେଉଛି

ଗାଆଁ ଗହଳିରେ ଏବେ,

ସହର ପରି ଟି ସୁବିଧା ମିଳୁଛି

ଜନତା ଖୁସିରେ ସର୍ବେ।

ଦେଶ ନିନ୍ଦା କରେ..


ଦେଶର ଉନ୍ନତି ସହି ପାରୁନାହିଁ

କରୁଛି ବିଦେଶେ ନିନ୍ଦା,

ଲଜ୍ଜିତ ଲାଗୁଛି ନେତା କହିବାକୁ

ପୂର୍ବତନ ପାର୍ଟି ନନ୍ଦା।

ଦେଶ ନିନ୍ଦା କରେ..


ସତ୍ତା ପାଇଁ କେତେ ବିଚଳିତ ଭାଇ

ଚିହ୍ନ ରଖିଥିବା ଭାଇ,

ଲୋକତନ୍ତ୍ର ନାହିଁ କହୁଛି ବିଦେଶେ

କିପରି ନେତାଟି ଏହି।

ଦେଶ ନିନ୍ଦା କରେ..


ଜାତୀୟ ସ୍ୱେଚ୍ଛାସେବୀଙ୍କର ନିନ୍ଦା

ଦେଶ କି ସହିପାରିବ,

ରାଷ୍ଟ୍ରର ନିର୍ମାଣେ ସମର୍ପଣ ଭାବ

ଜନ କି କ୍ଷମା କରିବ।

ଦେଶ ନିନ୍ଦା କରେ..


କହିବା ସ୍ବାଧୀନ ନାହିଁ ଭାରତରେ

କହୁଅଛି ବିଦେଶରେ,

ନୂଆ ଏ ଭାରତ ସାଜିଛି ଏବେରେ

କେତେ ପ୍ରଶଂସା ବିଶ୍ବରେ।

ଦେଶ ନିନ୍ଦା କରେ..


ପର ଦେଶେ ଯାଇ କରେ ଦେଶନିନ୍ଦା

କିଏ ବା କହିବ ନେତା,

ଦେଶ ଶତ୍ରୁଙ୍କର ଧାଡ଼ିରେ ଜଡ଼ିତ

ନାହିଁ ତା'ର ଦେଶ ଚିନ୍ତା।

ଦେଶ ନିନ୍ଦା କରେ..


ମୂର୍ଖ ନାହିଁ କେହୁ ଡିଜିଟାଲ୍ ଯୁଗ

ଜନତା ଦେଖୁଛି ସବୁ,

ଅମୃତ କାଳ ଏ ଶକ୍ତିଶାଳୀ ରାଷ୍ଟ୍ର

ଆତ୍ମନିର୍ଭରରେ ବାବୁ।

ଦେଶ ନିନ୍ଦା କରେ..


ଭ୍ରଷ୍ଟାଚାର କରି ଶାସନ କରିଛି

ଭଲ ବା ଦେଖିବ କାହୁଁ,

ଛଟପଟ ହୁଏ ସତ୍ତାର ନିମନ୍ତେ

ସତ୍ତା ଦୂର ହେଲା ଯହୁଁ।

ଦେଶ ନିନ୍ଦା କରେ..


ରାମରାଜ୍ୟ ପରି ଶାସନ ରାଷ୍ଟ୍ରର

ସମଭାବ ମନ୍ତ୍ର ଏଠି,

ସମ୍ମାନ ଦେଶର ବିଶ୍ବଗୁରୁ ପରି

ନୂଆ କଳେବରେ ମାଟି।

ଦେଶ ନିନ୍ଦା କରେ।




Rate this content
Log in

Similar oriya poem from Abstract