STORYMIRROR

Shiba Charan Mahapatra

Abstract

2  

Shiba Charan Mahapatra

Abstract

ବନ୍ଧୁ ବୋଲି ସିନା-ପାଞ୍ଚ

ବନ୍ଧୁ ବୋଲି ସିନା-ପାଞ୍ଚ

1 min
259

ଶ୍ରୀଅଙ୍ଗେ ଚନ୍ଦନ ମହକି ଉଠୁଛି 

ଅଧରେ ମଧୂର ହସ

ଚାହାଣୀ କମାଣ ଆଘାତରେ ମୁଁ ଯେ'

ହୁଏ କି ସତେ ବେହୋସ


ସୁଢଳ ନୟନ ଯୁଗଳେ ହେଇଛି 

କେତେ ରାତି ଉଜାଗର 

ଭାବ ଅମୃତର ବିନ୍ଦୁଟିଏ ପାଇଁ 

ହୃଦୟ ତୁଷାର୍ତ୍ତ ମୋର


କେତେ ଯୋଗୀ ଭୋଗୀ ତୋ' କରୁଣା ପାଇଁ

ତେଜିଛନ୍ତି ମାୟା ମୋହ

କେତେ କେତେ ଭକ୍ତ ଭକତି ସାଗରେ

ଢାଳିଛନ୍ତି ଆଖି ଲୁହ


ମୁହୂର୍ତ୍ତ ମୁହୂର୍ତ୍ତ ବଞ୍ଚିବା'ଟା କଷ୍ଟ 

ତୋ ପ୍ରିତି ପରସ ବିନୁ

ହୃଦୟ କନ୍ଦରେ ଆସିଯାଅ ବାରେ

ମନୁଆ କାଳିଆ କାହ୍ନୁ


ବନ୍ଧୁ ବୋଲି ସିନା କହେ ଏତେ କଥା 

ଅଭିଯୋଗ ଅଭିମାନ 

ତୁମେ ନ ବୁଝିଲେ କିଏ ସେ ବୁଝିବ 

ଅଝଟିଆ ଏଇ ମନ


ଚିନ୍ତା ଚେତନାରେ ଥାଉ ତୁମ ନାମ 

ଭାବନାରେ ଛବି ତୁମ 

ଧିମା ହେବା ଯାଏଁ ନିଶ୍ୱାସେ ବିଶ୍ୱାସ 

ଉଜ୍ଜୀବିତ ରହୁ ପ୍ରେମ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract