ବନ୍ଧକ ଇଛା
ବନ୍ଧକ ଇଛା
କିଛି ବନ୍ଧକ ଇଛା,
ଦେଇଥିଲ ତୁମେ ମୋତେ,
ଆଉ ଦେଇଥିଲି କିଛି ମୁଁ,
ଅବଶ୍ୟ ତାହା ସ୍ମୃତିର ସେପାରିରେ,
ଚେଷ୍ଟା କରିଥିଲି ପୂରଣ କରିବାକୁ,
ଆଉ କରିଥିଲି ମଧ୍ୟ ।
ତୁମେ କିନ୍ତୁ କଣ କଲ,
ସବୁକଥାକୁ ଗୋଟାଇ ନେଇ,
ଫିଙ୍ଗିଦେଲ ଅଲିଆଗଦାରେ,
ସତେ ଯେମିତି ସେଗୁଡ଼ାକ ଅଲୋଡ଼ା,
କିନ୍ତୁ ବୁଝିଲନି ,
ପଙ୍କରୁ କମଳ ଜାତ ଯେ ।
ଦିନେ ହୁଏତ ସମୟ ଆସିବ,
ତୁମେ ଅଣ୍ଡାଳି ହେଉଥିବ ଅତୀତକୁ,
କିନ୍ତୁ ତୁମର ବର୍ତମାନ,
ଟାଣିଦେଇଥିବ ଲକ୍ଷ୍ମଣ ରେଖାଟିଏ,
ତୁମ ଆଉ ମୋ ଭିତରେ ।
ପାରିବତ ଲିଭେଇ ସେ ଗାରକୁ,
ପାରିବତ ଚିଣ୍ଡାଇ,
ତୁମ ବର୍ତମାନର ସମ୍ପର୍କର ଡୋରକୁ,
ତୁମ ବ୍ୟାକୁଳତା କିଛି ହୁଏତ କରିପାରେ,
କିଏ ଜାଣେ ଅତୀତ ସେତେବେଳେ ଥିବ କି ନାହିଁ।
ହଁ ଏଥିରେ ସମୟ ସାହା ହେଲେ ହେଲା,
ନହେଲେ ସାରୁପତ୍ରରେ ଜଳ ପରି,
ଢଳ ଢଳ ଏ ଜୀବନ ,
କେତେବେଳେ ଢଳିଯିବ କିଏ ଜାଣେ ।।