Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ବନ୍ଧା ପଡ଼ିଛି ଶକ୍ତି

ବନ୍ଧା ପଡ଼ିଛି ଶକ୍ତି

1 min
6.7K


କନକ ବର୍ଦ୍ଧନ ସାହୁ

ହେ ଆଦି କୁମାରୀ ସର୍ବ ଶକ୍ତିମୟୀ

ମମତାର ପୂର୍ଣ୍ଣରୁପା,

ସେହି ନାମ ଆଜି କଳଙ୍କିତ ହୁଏ

ଜାଣି ତୁ ମଉନ କିମ୍ପା ।

ସତ୍ୟଯୁଗେ ସିନା ମାରିଲୁ ଗୋଟିଏ

ମହିଷାସୁରକୁ ତୁହି,

ଆଜି ଲକ୍ଷ ଲକ୍ଷ ମହିଷା ବୁଲନ୍ତି

କିମ୍ପା ତୋତେ ଦିଶୁନାହିଁ ?

ତୋରୂପ ଲୋଭରେ ଚଣ୍ଡମୁଣ୍ଡ ଶୁମ୍ଭ

ନିଶୁମ୍ଭ ବିନାଶ ହେଲେ,

କେବେତୁ ଚେତିବୁ ଆଉ କେତେ କନ୍ୟା

ବଳାତ୍କାରେ ପ୍ରାଣ ଦେଲେ ?

ମାଆ ନାମେ କେହୁ ଭରଷା କରି ଗୋ

ଅସଫଳ ନୁହେଁ କେବେ,

ସେହି ନାମେ ଆଜି ବଳି ପଡ଼ିଯାଏ

ଦିଶୁନାହିଁ କି ଗୋ ତୋତେ ?

ତୋ ନିଜ ପୂଜାର ଆଢୁଆଲେ ଏଠି

ପଡ଼େ ନୀରିହର ବଳି,

ମାଆ ହୋଇ ତୁହି ସତରେ ଚାହୁଁ କି

ସନ୍ତାନ ରକତେ ହୋଲି ।

ବରଷକେ ଥରେ ପୂଜା ପାଇଆସୁ

ଯେଉଁ ଉଦ୍ଦେଶ୍ୟକୁ ନେଇ,

ବାସ୍ତବରେ ତାହା ପୂରଣ ହୁଏ କି

ଜାଣିଅଛୁ କି ଗୋ ତୁହି ।

କେଜାଣି କେମିତି। ସହ୍ୟ କରିଅଛୁ

ଦେଖି ଏ ମଣିଷ ରୀତି,

ଏତିକି ଅନ୍ୟାୟ ଦେଖି ମଧ୍ୟ ତୋର

ତରଳୁ ନାହିଁ ଲୋ ଛାତି ।

କେଉଁ ଆଡ଼େ ଗଲା ସେହି ପରାକ୍ରମ

ଭୟେ କମ୍ପେ ତିନିପୁର,

ମାଟି ମୁରତିରେ ତୋର ସେ ଶକ୍ତିକୁ

ବନ୍ଦୀ କରେ କି ଗୋ ନର ।

ବିଶ୍ୱବ୍ରହ୍ମାଣ୍ଡ ର ନିୟନ୍ତ୍ରଣ ଡୋରୀ

ରହିଛି ଯାହାର କରେ,

ଦେଖ ସେ ଶକତି ବନ୍ଧା ପଡ଼ିଅଛି

କଳିଯୁଗ ନର ହାତେ ।


Rate this content
Log in