STORYMIRROR

Priyabrata Mohanty

Inspirational Children

3  

Priyabrata Mohanty

Inspirational Children

ବନ୍ଦେ ଉତ୍କଳ ଜନନୀ

ବନ୍ଦେ ଉତ୍କଳ ଜନନୀ

1 min
264

ସ୍ମରଣ କରି ତ ଗୌରବ କାହାଣୀ,

ଗାଉଥିବୁ ବନ୍ଦେ ଉତ୍କଳ ଜନନୀ ।।


ସାଗରର ଜଳରାଶି ଧୁଏ ତ ଚରଣ,

ସବୁଜିମା ମଣ୍ଡିତ ତୋର ବକ୍ଷ୍ୟସ୍ଥଳ,


କଳାର ଅଙ୍ଗ ବୋଲି ତୁ ଯେ କଳିଙ୍ଗ,

ପଥର ମୂର୍ତୀରେ କସିଛୁ ଅଙ୍କ,


କଳାରେ ଉତ୍କର୍ଷ ତୁ ଯେ ଉତ୍କଳ,

କାରୁକାର୍ଯ୍ୟ ପୂର୍ଣ ଏଠି ସବୁ ଦେଉଳ,


ହୃଦୟସ୍ପର୍ଶୀ ଅଦ୍ଭୁତ କୀର୍ତ୍ତୀ,

ଅତୁଳନୀୟ ତୋର ଏ ସୃଷ୍ଟି ।।


ରବିର ପ୍ରଥମ କିରଣେ ହୁଏ ପ୍ରଭାତ,

ବିଶ୍ଵ କଲ୍ୟାଣ ପାଇଁ ଅଛି ଜଗନ୍ନାଥ,


ଚଣ୍ଡାଶୋକ ସିଖେ ଏଠି ଅହିଂସା ର ବାର୍ତା,

ଗଙ୍ଗା ଗୋଦାବରୀ ଗାଏ ବିଜୟ ର ଗାଥା,


ଗୋଟିପୁଅ ଛଉ ନୃତ୍ୟ ମିଳିବ ଓଡ଼ଶୀ,

ଶାସ୍ତ୍ରୀୟ ସଙ୍ଗୀତ ତାଳେ ନାଚେ ଦେବଦାସୀ,


ମାଟି ନୁହଁ ମୋ ପାଇଁ ତୁ ମାଆ ଟି,

ସବୁ କୃତି ରେ ଅଛି ତ ନାଁ ଟି ।।


ସୁଦୂର ଜାଭା ସୁମାତ୍ରା ରେ କରେ ଵ୍ୟାପାର,

ଅସୀମ ପରାକ୍ରମୀ ସେଜେ ପାଇକ ବୀର,


ବାଉଁଶ ନଳୀ ରେ ମାପେ ଚନ୍ଦ୍ରର ଦୂରତ୍ୱ,

ଧନ୍ୟ ତୋର ପୁତ୍ର ସେ ପଠାଣି ସାମନ୍ତ,


ଭାଷା ଲିପି ସୃଷ୍ଟି କରି ଆଣିଛି ସମ୍ମାନ,

ମଧୁବାବୁ ଗୋପବନ୍ଧୁ ଫକୀର ମୋହନ,


ମାତ୍ର ଭୂମି ନୁହଁ ସେଜେ ମାତୃଭୂମି,

ସଦା ବନ୍ଦନୀୟା ମା ତୁ ଜନନୀ ।।


రచనకు రేటింగ్ ఇవ్వండి
లాగిన్

Similar oriya poem from Inspirational