STORYMIRROR

SUSMITA MISHRA

Classics

3  

SUSMITA MISHRA

Classics

ବନ୍ଦେ ଉତ୍କଳ ଜନନୀ

ବନ୍ଦେ ଉତ୍କଳ ଜନନୀ

1 min
170


ଉତ୍କଳ ମାଆ ଅଟେ ଆମ ରାଜରାଣୀ,

ସେ ଅଟେ ମହାନ,ଜଗତେ ବନ୍ଦିନୀ

କରିବା ତାଠାରେ ଏତିକି ଦୟିନୀ,

ତୁ ତ ଆମ ମାଟି ମାଆ ଜନନୀ,

ତୋ ମାନ ରକ୍ଷା ପାଇଁ ହେବି ବଳିଦାନୀ,

ତୁ ପରା ଆମ ପାଇଁ ଅଟୁ ଉତ୍କଳ ମାଁ ଭବାନୀ ,

ଧନ୍ୟ ଧନ୍ୟ ତୋ ଭାଷା ଧନ୍ୟ ତୋ ବାଣୀ,

ଧନ୍ୟ ଧନ୍ୟ ତୁ ମାଆ ଉତ୍କଳ ମହାରାଣୀ,

ବନ୍ଦେ ଉତ୍କଳ ଜନନୀ,

ବନ୍ଦେ ଉତ୍କଳ ଜନନୀ।

ଭାରତ ମାଆର ମଥାର ମଣି,

ସେ ମୋ ମାଆ ଉତ୍କଳ ରାଣୀ,

ପାଳନ ହାରିଣୀ,କଲ୍ୟାଣ କାରିଣୀ,

ଶ୍ୟାମଳ ବଦନି,ଆନନ୍ଦ ଦାୟିନୀ,

ବନ୍ଦେ ଉତ୍କଳ ଜନନୀ,

ବନ୍ଦେ ଉତ୍କଳ ଜନନୀ।

ତା ହୃଦୟ ଅଟେ କେତେ ମହାନ,

ସବୁ ତାର ଅଟେ ମହାନ ମହାନ,

ତା ନଦୀ ଅଟେ ଯେ ମହାନଦୀ,

ତା ସାଗର ପରା ମହୋଦଧି,

ତା ମନ୍ଦିର ବଡ଼ ଦେଉଳ ,

ତା ଠାକୁର ବଡ଼ ଠାକୁର,

ତା ବନ ଗିରି ଲତା ,ତା ନଦୀ ତା ଝରଣା,

ପ୍ରକୃତି ରାଣୀ ରମ୍ଭା ଠୁଁ ଜିଣି,

ମନମୋହକାରୀ ସୁନ୍ଦରୀ ରତନୀ,

ବନ୍ଦେ ଉତ୍କଳ ଜନନୀ,

ବନ୍ଦେ ଉତ୍କଳ ଜନନୀ।

ତାର ଜ୍ଞାନ, ତାର ବିଜ୍ଞାନ,

ତାର ଭାଷା, ତାର ଆଚରଣ,

ତାହାର ଜପ,ତାହାର ତପ,

ତାର ସଂସ୍କାର, ତାର ସଂସ୍କୃତି,

ତା ବେଦ ପୁରାଣ,ତା ପୂଜା ପଦ୍ଧତି,

ତା ମୁନି ଋଷି ର ଓଁ କାର ଧ୍ୱନୀ,

ତାହାର ଗୀତ ,ତାର ଭାଗବତ,

ତା ଗୀତ ଗୋବିନ୍ଦ, ତା ନାଚ ସଙ୍ଗୀତ,

ତାହାର ଓଡିଶୀ, ନାଚ ଦେଵଦାସୀ,

ଠାକୁରକୁ ବି ନିଏ ଯେ କିଣି,

ସେ ଯେ ମମତାର ନିର୍ଝରିଣୀ,

ବନ୍ଦେ ଉତ୍କଳ ଜନନୀ,

ବନ୍ଦେ ଉତ୍କଳ ଜନନୀ।

ତାର ପୁଅ ଯେ ସାଧବ ପୁଅ,

ଆଣୁଥିଲା କେତେ ଧନ ଦରବ,

ସେ ତ ଅଟେ ତାର ଗରବ,

ତା ପାଇଁ ପାଏ ସୁଖ ସୌରଭ,

ତା ବୀର ପୁତ୍ର ପାଇକ ପୁଅ,

ଦେଇ ଜୀବନ, ରଖେ ମହତ,

ଗରବ କରେ ମୁଁ ତା କୋଳେ ଜନମି,

ସେ ଅଟେ ମୋ ମାଆ ବୀର ପ୍ରସବିନି,

ସଶ୍ୟ ଶ୍ୟାମଳା, ପ୍ରକୃତି ଭରଣୀ,

ଚିର ବନ୍ଦନୀୟା, ଅତୁଳନୀୟା,

ସେ ଅଦ୍ଵିତୀୟା, ଅବର୍ଣ୍ଣନୀୟା,

ସେ ମୋ ମାଆ ଉତ୍କଳ ଜନନୀ,

ତା ଚରଣ ତଳେ କରେ ନମାମୀ,

କୋଟି ହୃଦୟେ ଜାଗେ ତାହର ପ୍ରିତି ଧ୍ୱନୀ,

କୋଟି ହୃଦୟେ ଜଳେ ତା ପ୍ରେମ ଧୁନୀ,

ସେ ପାଇଁ କୋଟି କୋଟି ହୃଦୟ ଗାଏ,

ମାଆ ମୋହର ଆନନ୍ଦଦାୟିନୀ, କଲ୍ୟାଣ କାରିଣୀ,

ବନ୍ଦେ ଉତ୍କଳ ଜନନୀ,

  ବନ୍ଦେ ଉତ୍କଳ ଜନନୀ,

ବନ୍ଦେ ଉତ୍କଳ ଜନନୀ,

  ବନ୍ଦେ ଉତ୍କଳ ଜନନୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics