ବନ୍ଦେ ଉତ୍କଳ ଜନନୀ
ବନ୍ଦେ ଉତ୍କଳ ଜନନୀ
ଜଗତର ନାଥ ଶ୍ରୀଜଗନ୍ନାଥଙ୍କ
ପବିତ୍ର ଭୂମି ଉତ୍କଳ
ସର୍ବଧର୍ମ ସମନ୍ୱୟ ପାଇଁ ପ୍ରସିଦ୍ଧ
ରହିଛି ରହିଥିବ ଚିରକାଳ ।
ଆମ ଉତ୍କଳ ମାଟିର ପବିତ୍ର ଓଁକାରେ
ଅମୃତ ବରଷେ ପ୍ରତି ମୁହୂର୍ତ୍ତରେ
ବେଶଭୂଷା ଓଷା କଳାସଂସ୍କୃତିରେ
ଅତୁଳନୀୟ ଅନିନ୍ଦିତ ବିଶ୍ୱରେ ।
ମୋ ରାଜ୍ୟ ଅଟଇ କୃଷିରେ ପ୍ରଧାନ
ସୁନ୍ଦର ନଦନଦୀ ଝରଣା ଗିରିବନ
ମନ୍ଦିରମାଳିନୀ ମୋ ପ୍ରିୟ ଉତ୍କଳ
ଶ୍ରେଷ୍ଠ ଯାହାର ବୋଇତ ବନ୍ଦାଣ ।
ବିଶ୍ୱ କୀର୍ତ୍ତିରାଜି ଆମରି କୋଣାର୍କ
କୋଟି କୋଟି ଓଡ଼ିଆଙ୍କ ପ୍ରାଣ.
ଯାର ଭଗ୍ନଶିଳାରେ ମଗ୍ନ ନାୟିକାର
ଶୁଭୁଅଛି ନୁପୁରର ନୃତ୍ୟ ତାନ ।
ମରାଳ ମାଳିନୀ ରୁପସୀ ଚିଲିକା
ମନ ହରି କରେ ଆନମନ
ଧଉଳି ବାଣ୍ଟୁଛି ଅହିଂସାର ବାର୍ତ୍ତା
ଯାର ଓଡିଶୀ ନୃତ୍ୟ ମହାନ ।
ଯାହା ପରଶରେ ଚଣ୍ଡାଶୋକ ଦିନେ
ହୋଇପାରିଥିଲେ ଧର୍ମାଶୋକ
ତା କୋଳେ ଜନମି ଗର୍ବ ମୋହର
ନାହିଁ ମନେ ମୋର କିଛି ଦୁଃଖ ।
ଆମ ମୁନିଋଷି ଆମ ସାଧୁସନ୍ଥ
ନିଷ୍କପଟ ଭାବ ସଦା ନୀତିନିଷ୍ଠ
ସତ୍ୟଶାନ୍ତି କ୍ଷମା ଦୟା ପ୍ରେମ ବଳେ
ଦିଅନ୍ତି ସଭିଙ୍କୁ ଜୀବନର ମନ୍ତ୍ର ।
ଉତ୍କଳର କ୍ରାନ୍ତି ବୀର ବରପୁତ୍ର
କାଳଜୟୀ କବି କୁଳ ଦୀପ୍ତିମନ୍ତ
ଆମ ପ୍ରଦେଶର ଅସରନ୍ତି ଯଶ
ଦୂର ଗଗନକୁ କରୁଅଛି ସ୍ପର୍ଶ ।
ସବୁଜ ସୁନ୍ଦର ପରିବେଶ ତାର
ମନ୍ଦ ମନ୍ଦ ବହେ ଶୀତଳ ସମୀର
ମିଠା ଭାଷା ତାର ସୁନ୍ଦର ସଂସ୍କାର
ଚରଣେ ବନ୍ଦନ ଉତ୍କଳ ମାତାର ।
ସ୍ନେହ ପ୍ରେମମୟୀ ରୂପରେ ମନ୍ମୟୀ
ଶକ୍ତିମୟୀ ବୀର ପ୍ରସବିନି
ଶ୍ରଦ୍ଧା ଶୋଭାମୟୀ କରୁଣାମୟୀ ସେ
ଦିପ୍ତିମୟୀ ମୋ ବନ୍ଦେ ଉତ୍କଳ ଜନନୀ ।
