Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajeev Singhdeo

Classics

3  

Rajeev Singhdeo

Classics

ବନ୍ଦେ ମାତରଂ

ବନ୍ଦେ ମାତରଂ

1 min
159



ଗଣତନ୍ତ୍ର ରେ

ଉଡ଼ାଇ ଧ୍ଵଜା

ରଖିବା ମାନ ତା'ର,

ବନ୍ଦେ ମାତରଂ

କହିବା ଆମେ

ମିଳିତ କଣ୍ଠ ସ୍ଵର ।

ସ୍ଵାଧୀନ ଆମ

ଭାରତ ଦେଶ 

ସ୍ଵାଧୀନ ଆମ ମନ,

ଆସରେ ଭାଇ

କରିବା ଆମେ

ଧ୍ଵଜାର ଆରୋହଣ ।

ବୀର ସୁପୁତ୍ର

ବଳିଦାନ ରେ

ପାଇଛୁ ଯାହା ମାନ,

ଭୁଲିବା ନାହିଁ

ତାଙ୍କର ସେହି

କାହାଣୀ ବଳିଦାନ ।

ବୀର ସୁପୁତ୍ର

ସୈନିକ ଆମ

ହାତେ ବନ୍ଧୁକ ଧରି,

ରକ୍ଷକ ହୋଇ 

ରକ୍ଷା କରନ୍ତି 

ସାଜି ସିମା ପ୍ରହରୀ ।

ବନ୍ଧୁତା ହାତ

ବଢ଼ାଇବା ହିଁ 

ମାଟିର ଏ ସଂସ୍କାର,

ଶତ୍ରୁତା କଲେ

ବୁହାଇ ଥାନ୍ତି

କେତେ ରକତ ଧାର ।

ଚଉସ୍ତରି ଏ

ଗଣତନ୍ତ୍ରରେ

ରଖି ମନେ ବିଶ୍ଵାସ,

ବନ୍ଦେ ମାତରଂ

ଗାନ କରିବା

ଛାଡ଼ି ଶାନ୍ତି ନିଶ୍ଵାସ ।


Rate this content
Log in

Similar oriya poem from Classics