Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajeev Singhdeo

Others

4  

Rajeev Singhdeo

Others

ରକ୍ତ ଦାନ ମହାଦାନ

ରକ୍ତ ଦାନ ମହାଦାନ

1 min
371



ରକ୍ତ ଦାନ ଅଟେ

ମହା ପୂଣ୍ୟ କାମ

ଜଗତେ ସଭିଙ୍କୁ ଜଣା

ଜାଣି ଶୁଣି ଯିଏ

ଅବୁଝା ରହନ୍ତି

ମୁରୁଖ ପଟରେ ଗଣା ।


ରକତ ଦାନରେ

ଜିବ ଟିଏ ବଞ୍ଚେ 

ହୁଏସେ ଜୀବନ ଦାନ 

 କୋଟି ପୁଣ୍ୟ ଫଳ

ମିଳଇ ତାହାକୁ

ଜଗତେ ରହଇ ମାନ।


ରକତ ଦାନର

ମୂଲ୍ୟ ଯେ ବୁଝିଛି

ଦାନକୁ ଡରିବ ନାହିଁ

ବିପଦ ପଡ଼ିଲେ

ଆଗେଇ ଆସିବ

ପଛଘୁଞ୍ଚା ହେବ କାହିଁ।


ରକ୍ତ ହାଡ଼ ମାଂସ

ଗଢ଼ା ଏ ଶରୀର 

ଭାଗ୍ୟରେ ମଣିଷ ଜନ୍ମ

ପ୍ରତି ମୁହୁର୍ତ୍ତ ରେ

ରକତ ଅଭାବେ

ଲିଭୁଛି ତାହାର ବର୍ଣ୍ଣ।


ଦାନବୀର କଥା

ଇତିହାସେ ଲେଖା

କର୍ଣ୍ଣ ଅବା ହରିଶ୍ଚନ୍ଦ୍ର,

କିନ୍ତୁ ରକ୍ତ ଦାନ

କେତେଯେ ମହତ

ଜୀବନର ପୁର୍ଣ୍ଣ ଚନ୍ଦ୍ର।


ଆସ ଆମେ ସବୁ

ସମାବେଶ ହୋଇ

କରିବା ରକତ ଦାନ

ଜୀବନ କାହାର

ବଞ୍ଚାଇବା ଯାଇ

ରଖିବା ରକତ ମାନ।


Rate this content
Log in