ବନ୍ଦ କର
ବନ୍ଦ କର
ଆମେ କଣ ରାସ୍ତାରେ ଚାଲୁ
ରାସ୍ତା ତା ବାଗରେ ଚଳେଇ ନେଉଛି ଆମକୁ
ଗତି ଉପରେ କାହାର ଆୟତ୍ତ ଅଛି?
ଗତି କିନ୍ତୁ ଆମକୁ ଆୟତ୍ତ କରିଛି ।
କେବେ ନୂଆ ସମ୍ପର୍କ
ନୂଆ ଅନୁଭୂତି
ନୂଆ ଯନ୍ତ୍ରଣା
ନୂଆ ଶୋଷ
ଡଙ୍କେଇ ଯାଉଛି ଆମ ଚାରି ପଟେ
ଅଦ୍ଭୁତ ଭାଵ,ଭାବନାକୁ ନେଇ ।
କେତେ ଅଭିନୟ କରୁଛେ
ସଂଘର୍ଷରେ ଲୁହ ଲହୁରେ ଭାସି
ନିଜ ଅସ୍ତିତ୍ୱ ପାଇଁ ,ଅସ୍ମିତା ପାଇଁ
ସ୍ନେହ ପ୍ରେମ ମମତା
ଏବଂ ଭଲ ପାଇବା ପାଇଁ
ମଥା ପିଟେ ସମ୍ପର୍କ ଚିନ୍ତା ଚେତନାବେଳା ଭୂମି ପରେ ।
ତୁମେ ଟଙ୍କା ପୁଳେ ଦେଉଛ
ହେଲେ ଦେଉନ ପ୍ରେମ
ଟଙ୍କା ଯେ କେହି କମେଇଁ ପାରିବ
କିନ୍ତୁ ପାରିବ କି
ଟିକେ ବିଶ୍ବାସ କି ନିଶ୍ବାସ ଫେରେଇ ।
ତୁମେ ଜାଣିଛ ଯେତେ ଠୁଳ କର
କିଛି ନେବ ନାହିଁ
ତେବେ ବି ଏତେ ଲୋଭ
ଯାଅ ଓଳେଇ ଦେଇ ଆସ
ସେଇ ଦେଢ଼ ହାତ ଭୁଇଁ
ଯେଉଁଠି ନିଶ୍ଚନ୍ତରେ ଶୋଇବ
ମୁଠେ ପାଉଁଶ ହୋଇ ।
ଚେତନା ଜାଗ୍ରତ କର
ମାନବିକତା ଉଜ୍ଜୀବିତ ହେଉ
ମରା ହଣା କଟା କଟି ଲୋପ କରି
"ବନ୍ଦ କର" ଯେତେ ଯୁଦ୍ଧ
ଶୋଷଣ, କଷଣ,ଦୁଷ୍କର୍ମ ଓ ନାରୀ ନିର୍ଯ୍ୟାତନା
ସୁଖଦ ସୁସ୍ଥ ବିଶ୍ବାସର ସୁରକ୍ଷିତ ପୃଥିବୀଟେ ଗଢ଼
ଯେଉଁଠି ସୂର୍ଯ୍ୟ ଉଇଁଲେ ଆସିବ
ମଣିଷ ପଣିଆ ବାର୍ତ୍ତା ନେଇ ।
