ବଳେ ଯାଚିଦେବ ପୁରସ୍କାର
ବଳେ ଯାଚିଦେବ ପୁରସ୍କାର


ପ୍ରଥମ ଭାଗ :
କବି ଚଲାପଥ ବଡ଼ କଣ୍ଟକିତ ନୁହେଁ ସିଧା-ସଫା-ପରିଷ୍କାର ,
ଆଶା ରଖିଥାଏ ଅବାଟରେ ଚାଲି କରିଦେବ କିଛି ଆବିଷ୍କାର ।
କବି ନିଜଲୋକ ମଝିରେ ମଝିରେ କରୁଛନ୍ତି ମୃଦ୍ୟୁ ତିରସ୍କାର,
ସମାଜ ବି କବିକର୍ମ ଦେଖି ଦିନେ କରି ଦେଇପାରେ ବହିଷ୍କାର ।
କେହି ଜଣେ କବି ଗୁଣଚିହ୍ନି କରି ଦେଉଛନ୍ତି ନମସ୍କାର,
ସମୟ ଆସିବ ଆପଣ ବି ଦିନେ ଯାଚିଦେବେ ତାକୁ ପୁରସ୍କାର ।(1)
ଦ୍ଵିତୟ ଭାଗ:
କେଉଁ ପୁଣ୍ୟବଳେ ଲେଖାଲେଖି କରି ଲେଖକ ହୋଇଛି ମୁହିଁ,
ଧନ ଆସେ ନାହିଁ ଜ୍ଞାନର ସାଗରେ ନିତି ସ୍ନାନ କରୁଥାଇ ।
ଶବ୍ଦବ୍ରହ୍ମ ମୋର ଆତ୍ମାକୁ ଆଚ୍ଛନ୍ନ କରିଥାଏ ସବୁବେଳେ,
ଜନ ହିତକଥା ଈଶ୍ଵରଙ୍କ ବାର୍ତ୍ତା ଆସିଯାଏ ବଳେବଳେ ।
କିଛି କଟୁକଥା ବ୍ୟଙ୍ଗହୋଇ ଆସେ ସମାଜ ସୁଧାର ପାଇଁ,
କେହିଜଣେ ପଢି ପ୍ରଶଂସା କରିଲେ ଅନ୍ତରାତ୍ମା ଉଠେଚେଇଁ ।
କିଛି ପାଇବାର ଆଶାନାହିଁ ଯେଣୁ ସୁଖରେ କଟୁଛି ଦିନ,
ଲେଖା ସରିଗଲେ ଶୁଣେଇ ଦେବାକୁ ମନହୁଏ ଛନଛନ ।
ଭଲକାମ କିଛି କରୁଛି ଭାବେ ମୁଁ ଚିନ୍ତା ମୋଟେ କରେନାହିଁ,
ପାଠକ ମୋ ପାଇଁ ଜନାର୍ଦ୍ଦନ ହରି ସମର୍ପିତ ତାଙ୍କପାଇଁ ।(2)