ବଳାତ୍କାର
ବଳାତ୍କାର
ଶରୀର କ୍ଷତାକ୍ତ କରେ
ମଣିଷ ମାଂସ ଲୋଭୀ ବଳାତ୍କାରୀ
ଝୂଣି ଖାଇଯାଏ
ଯେତେ ସବୁ ଆଶା ଭରଷା ବିଶ୍ୱାସ
ଆଖି ଦେଖି ଥିବା ସ୍ଵପ୍ନ ସବୁ,
ଭାଙ୍ଗି ରୁଜି ଚୂର୍ମାର ହେଇଯାଏ ବିନା ଶବ୍ଦ ବ୍ୟୟରେ !!
ଲୁଟି ନେଇ ଚରିତ୍ର ଫଳକ,
ପାଦେ ଦଳି ଦିଏ ଆଖି ଆଇନା
ମୁହେଁ ବୋଳି ଦିଏ ଘୃଣା ଅନ୍ଧାର ର ଅଲିଭା କାଳିମା !!
ବଞ୍ଚି ଥିବା ଯାଏ ଆତ୍ମା ରେ ଛାଡ଼ି ଦିଏ
ନିତି ପଢ଼ି ହାରୁ ଥିବା ପ୍ରଶ୍ନୋତ୍ତରୀ
ଏମିତି କଣ ସବୁ ହେଇଗଲା
ମାେ ସହ କାହିଁକି ହେଲା
ମୁଁ କାହିଁକି ବଞ୍ଚି ରହିବି ??
ବଳାତ୍କାର କ୍ଷତ ର ଦାଗ
ମୋତେ ମୋ ସହ ବୋଝ ଭଳି
ବୋହି ଚାଲିବାକୁ ହେବ ଜୀବନ ଯାକ
ଅସ୍ପୃଶ୍ୟତା ର ଉପେକ୍ଷିତ ଜ୍ଵାଳା !!
ମୋତେ ବଞ୍ଚିବାକୁ ହେବ
କାଢି ମନର ମଇଳା ଚାଦର
ଧୀରେ ପୋଛିବାକୁ ହେବ ନିଜ ଆଖି ଲୁହ
କେହି ପୋଛି ଦେବା ପୂର୍ବରୁ,
ଶତ ସାହସ ର ତରବାରୀ ସଜେଇ
ପ୍ରସ୍ତୁତ ହେବାକୁ ପଡ଼ିବ
ଦଣ୍ଡ ପାଇବ ମାେ ଠାରୁ ବଳାତ୍କାରୀ !!
ଧ୍ଵଂସ କରିଦେବାକୁ ହେବ ତାର
କାମନାର ଦୁନିଆ
ହତ୍ୟା ହେବ ତାର କାପୁରୁଷ ର ଅବୟବ !!
ନିକ୍ଷେପିବି ତାକୁ ମାେ ଚକ୍ଷୁ ର
ଡହ ଡହ ଅଗ୍ନି କୁଣ୍ଡରେ
ଭସେଇ ଦେବି ଦୁନିଆ ର ପ୍ରତି କଳୁଷିତ କର୍ମ ଧର୍ମ
ମାେ ମଣିଷ ପଣିଆ ର ଶୁଭ୍ର କ୍ଷମା ତଟିନୀ ଧାରେ !!