STORYMIRROR

Tikeshwar Sahu

Tragedy

3  

Tikeshwar Sahu

Tragedy

ବଳାତ୍କାର

ବଳାତ୍କାର

1 min
177


ଫୁଟୁଥିବା କଢ଼ ମୋଚକି ଦେଲେ କି

କଢ଼ ଆଉ ଫୁଟିପାରେ ,

ଯଦିବା ଫୁଟିଲା ଅସମ୍ପୁର୍ଣ୍ଣ ହୋଇ

ବିରୂପତା ଧରିପାରେ ।୧।

ଏମିତି ଫୁଲଟେ ତୋଳନ୍ତିନି କେହି

ଦେବତାର ପୂଜା ପାଇଁ,

ଖଣ୍ଡିଆ ପାଖୁଡ଼ା ତଥାପି ବାହୁନେ

କିସ ତାର ଦୋଷ ହୋଇ ।୨।

ଗଛ କହିଥିଲା ସବୁ କଢ଼ ତାର

ପ୍ରଭୁପଦ ସେବା ପାଇଁ,

କିଏ ବା ଅଲୋଡ଼ା ହୋଇଗଲା ବୋଲି

ଠେଲି ଦେବା ହେବ ନାଇଁ ।୩।

ଫୁଲ କଢ଼ କେବେ ଦୋଷ କରେ ନାହିଁ 

ତୋଳିବା ଲୋକର ଦୋଷ,

ସମାଜ ଆଖିରେ ନିନ୍ଦା ସହି ମରେ

ଲୁହ ପିଇ ଅବଶୋଷ ।୪।

ବୁଝି ନଥାଏ ସେ ଅବୁଝା ଫୁଲଟା 

କିସ ତା'ର ହୋଇଗଲା,

ଅସହ୍ୟ ଯନ୍ତ୍ରଣା ହୁଏ ଛଟପଟ

ଦେଖୁ ଦେଖୁ ମରିଗଲା ।୫।

କିଛି ଲୋକ କହେ ଆହା ଆହା ବୋଲି

କିଛି ତ ମୁରୁକି ହସା,

ଦୟା ସମ୍ବେଦନା ଟିକେ ବୋଲି ନାହିଁ

ଜଲ୍ଲାଦ ଦିଅଇ ଦଶା ।୬।

ବେଳେ ବେଳେ ଫୁଲ ସମସ୍ତ ପାଖୁଡ଼ା

ଛିଣ୍ଡିପଡ଼େ ମାଟିପରେ ,

ଖାଲି କେଶରଟା ବିକଳ ଆଖିରେ 

ଗଡ଼ିଯାଏ ରାସ୍ତାପରେ ।୭।

କୁହ କୁହ ବଂଧୁ କି ଦୋଷ ତାହାର

କରିଥିଲା କେଉଁ ପାପ,

ସୁନ୍ଦର ଫୁଲ କି ହେବା ଦୁନିଆଁରେ

ସବୁଠାରୁ ମହାପାପ ।୮।

ଆଖି ପତା ନୁଏଁ ହସଟି ଉଭାଏ

ମୁହଁ ହୋଇଯାଏ କଳା,

ନିର୍ଦ୍ଦୋଷେ ମିଳଇ ଏଡ଼େ ମହାଦଶା

କାହିଁକି ହେ ଚକାଡ଼ୋଳା ।୯।

ମଣିଷ ହୃଦୟ ଏଡ଼ିକି ନିଷ୍ଠୁର

ମାନୁନାହିଁ ନିୟମକୁ,

କଠୋରୁ କଠୋର ଫାଶି ଦଣ୍ଡ ଦେବା

ଦେଖାଇବା ସମାଜକୁ ।୧୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy