STORYMIRROR

Aparti Charan Sethi

Tragedy

3  

Aparti Charan Sethi

Tragedy

ବିଷୟା ରସ

ବିଷୟା ରସ

1 min
348


ବିଷୟା ରସରେ ମଜିଗଲୁ ମନ

  ପିୟୂଷ ରସକୁ ଛାଡ଼ି,

ବିଷୟାରୁ ପୁଣି ଆଶକ୍ତି ଜନ୍ମିଲା

   କାମନାରେ ଗଲୁ ପଡ଼ି ।


କାମନାରୁ ବୁଦ୍ଧି ନାଶ ଗଲାପରେ

    ସମ୍ଭୋଗେ ମାତି ରହିଲୁ,

ସମ୍ଭୋଗରୁ ଲୋଭ କ୍ରୋଧ ସୃଷ୍ଟି ପରେ

   ପତନକୁ ଡାକିଦେଲୁ।


ପତନକୁ ହୃଦେ ବିଚାର ନ କରି

   ଭୋଗ ବିଳାସରେ ମାତି,

ଭାବ ଭକତିକୁ ଭୁଲି ଗଲୁ ଥରେ

   ନ ଚିନ୍ତିଲୁ ଶିରୀପତି।


ଅନୁରାଗ ପ୍ରୀତି ଯେବେ ଉପୁଜିଛି

    ପରମ କୃପା ବଳରୁ,

ସେ ସୁଧାରସକୁ ବିଷୟା ମୋହରେ

    ପାଦରେ ଏଡାଇ ଦେଲୁ।


ନିଜକୁ ବିଚାରି ଇନ୍ଦ୍ରଜିତ ପଣେ

    କ୍ରୋଧ , ଅହଂକୁ ଆଦରି,

ବଳିଆନ ହୋଇ ଦୟାଧର୍ମ ମନ

    ହୃଦୟରୁ ଦେଲୁ କାଢ଼ି।


ଇନ୍ଦ୍ରିୟମାନଙ୍କ ଇଙ୍ଗିତକୁ ମାନି

    ସଂସାରେ ବାଟ ଚାଲିଲୁ,

ଆଶକ୍ତିରେ ରହି ଜିତେନ୍ଦ୍ରିୟ ପଥ 

    କେବେ କିବା ଆଦରିଲୁ?


ଇନ୍ଦ୍ରିୟ ଲାଳସା କୁହୁଡିର ବସା

    ମାୟା ମୋହ ମାର୍ଗ ସିନା,

ଇନ୍ଦ୍ରିୟ ଶବାର ଏ ପୁଣ୍ୟ ଶରୀର

    ହୋଇଯାଏ ବାଟବଣା।


ଅଶରିରୀ ଅଟେ ଆତ୍ମା ଶରୀରର

    ଜୀବ ପରମ ଏ ଦୁଇ,

କାମ ବାଧା ଦିଏ ଏ ଦୁହିଁଙ୍କ ମଧ୍ଯେ

    ସତପଥ ଦିଶେ ନାହିଁ।


ଏମିତିକି ବାପଝିଅ ଏକାନ୍ତରେ

    ବସିବା ନିଷେଧ ଅଛି,

ଇନ୍ଦ୍ରିୟ ପ୍ରଭାବ ଅତି ଭୟାନକ

   ନଷ୍ଟପଥ ନିଏ ବାଛି।


କହିବାକୁ ଯଦି ବସ୍ତୁ କିଛି ଥାଏ

   ସେ ବସ୍ତୁ ହେଉଛି ସତ୍ୟ,

ଫିଙ୍ଗି ଦେବା ପାଇଁ ବସ୍ତୁ ଅଟେ ଲୋଭ

    ହୁଅ ନାହିଁ ମୋହଗ୍ରସ୍ତ।


ପିଇବାକୁ ଅଛି ବସ୍ତୁଟିଏ କ୍ରୋଧ

    ନେବା ପାଇଁ ଅଛି ଜ୍ଞାନ,

ଦେବାପାଇଁ ଅଛି ବସ୍ତୁଟିଏ ଦାନ

    ତ୍ଯାଗ ସବୁଠୁଁ ମହାନ।


ପରମ ତତ୍ତ୍ୱକୁ ସର୍ବସ୍ବ କରିବା

    ଅଟେ ବୁଦ୍ଧିମାନ କର୍ମ,

ବିଷୟା ରସଟି ଦୁଃଖର କାରଣ

    କହେ ଅପର୍ତ୍ତି ଅଜ୍ଞାନ।



Rate this content
Log in

Similar oriya poem from Tragedy