ବିଷ୍ଣୁଙ୍କ ଦ୍ୱାଦଶ ନାମ
ବିଷ୍ଣୁଙ୍କ ଦ୍ୱାଦଶ ନାମ
ମାର୍ଗଶୀରେ କେଶବ ତୁ ପୌଷେ ନାରାୟଣ
ଜୟ ଜଗନ୍ନାଥ ସ୍ୱାମୀ ପତିତପାବନ ।
ଚଇତ୍ର ରେ ବିଷ୍ଣୁ ନାମ ସ୍ମରନ୍ତି ଭକତ
ବୈଶାଖେ ମଧୁସୂଦନ ତୁମ୍ଭ ଜଗନ୍ନାଥ
ଜ୍ୟେଷ୍ଠ ମାସେ ନାମ ତୁମ ଅଟେ ତ୍ରିବିକ୍ରମ ।
ଆଷାଢ଼ ମାସେ ବାମନ ହୁଅ ରଥାରୁଢ଼
ଶ୍ରାବଣରେ ଶୁଭନାମ ଅଟଇ ଶ୍ରୀଧର
ଭାଦ୍ରବରେ ହୃଷିକେଶ ତୁମେ ଜନାର୍ଦ୍ଦନ ।
ପଦ୍ମନାଭ ତୁମ ନାମ ଅଟେ ଆଶ୍ୱିନରେ
ଲୀଳାମୟ ଦାମୋଦର ନାମ କାର୍ତ୍ତିକରେ
ସର୍ବ ପାପୁ ମୁକ୍ତିପ୍ରଦ ମହା ବିଷ୍ଣୁ ନାମ ।
ପ୍ରତିଦିନ ପାଠକଲେ ଶୂଚିମନ୍ତ ହୋଇ
ବିଷ୍ଣୁଙ୍କ ଦ୍ୱାଦଶ ନାମ ମୋକ୍ଷ ଫଳ ଦେଇ
ପଦ୍ମପୁରାଣ ବର୍ଣ୍ଣିତ ନାମ ଶୁଭ ପୁଣ୍ୟ ।
