Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Classics Inspirational Others

4  

Bharatabandhu Biswal

Classics Inspirational Others

ବିଷ୍ଣୁ-ବରାହ

ବିଷ୍ଣୁ-ବରାହ

1 min
369



ବ୍ଯାସ ବିରଚିତ କଥା ଭାଗବତ 

ବର୍ଣ୍ଣଇ ତୃତୀୟ ସ୍କନ୍ଦ 

ପ୍ରଳୟ ଜଳରେ ଯାଇଥିଲା ବୁଡି

ସମଗ୍ର ପୃଥିବୀ ଖଣ୍ଡ ।


ଋଷି ଦେବଗଣ କଲେ ନିବେଦନ

ବ୍ରହ୍ମଦେବଙ୍କୁ ପ୍ରାର୍ଥନା

ସାକ୍ଷାତେ ବିଷ୍ଣୁଙ୍କୁ ସମସ୍ତ ବୃତ୍ତାନ୍ତ 

ଜଣାଇଲେ ପ୍ରଭୁ ବ୍ରହ୍ମା ।


ଭଗବାନ ବିଷ୍ଣୁ ଚିନ୍ତିଲେ ଉପାୟ

ବ୍ରହ୍ମାଙ୍କ ନାସିକା ଦେଇ 

ପ୍ରକଟ ହୋଇଲେ ଅଙ୍ଗୁଷ୍ଠି ଆକାର 

ବରାହ ଶିଶୁ ଏକଇ ।


ହୋଇ ବର୍ହିଗତ ଆକାର ବିରାଟ 

ଧାରଣ କଲେ ବରାହ

ଉଦ୍ଧରିଲେ ଦନ୍ତେ ମାତା ପୃଥିବୀଙ୍କୁ

ପ୍ରଳୟ ହୋଇଲା ଥୟ ।


ଦୈତ୍ଯ ହିରଣାକ୍ଷ ବଡ ବଳବନ୍ତ 

ଆରମ୍ଭିଲା ମହାଯୁଦ୍ଧ 

ବିନାଶ କରିଲେ ଆସୁରିକ ବଳ

ହିରଣାକ୍ଷ ହେଲା ବଧ ।


ମାଘ ଶୁକ୍ଳ ପକ୍ଷ ଦ୍ବାଦଶୀ ତିଥିରେ

ବିଷ୍ଣୁଙ୍କ ବରାହ ରୂପ

ପୂଜିତ ହୁଅଇ ସର୍ବତ୍ର ଭକ୍ତିରେ

ଖଣ୍ଡଇ ବିପଦ ଦୁଃଖ ।

 


Rate this content
Log in

Similar oriya poem from Classics