ବିସ୍ମୟ ପୁରୁଷ
ବିସ୍ମୟ ପୁରୁଷ
ତୁଳସୀ ଯେପରି ହୃଦୟ ତୁମରି
ନିର୍ମଳ ଅଟେ ପବିତ୍ର
ରୂପ ଯେ ସୁନ୍ଦର ଅତି ମନୋହର
ଉତ୍କଳ ର ଯୋଗ୍ୟ ପୁତ୍ର
ପୁରୀ ନୀଳାଚଳେ ଭାର୍ଗବୀ ର କୂଳେ
ସୁଆଣ୍ଡେ ହେଲ ଜନମ
ତବ ଆଗମନେ ଖୁସି ଉଡ୍ର ମନେ
ଆନନ୍ଦେ ପୁରିଲା ଧାମ
ଶିଶୁ ଯେ କାଳରୁ ପିଲାଟି ଦିନରୁ
କରୁଥିଲ ଜନ ସେବା
ଜନ ହିତ ପାଇଁ ଚାଲୁଥିଲ ଧାଇଁ
ଆସୁ ବନ୍ୟା ବାତ୍ୟା ଅବା
ଦିନ ଦୁଃଖୀ ବନ୍ଧୁ ତମେ ଗୋପବନ୍ଧୁ
ଜଗତର ତୁମେ ମଣି
ନିଜ ପୁତ୍ର ଜର ଦେଖି ପିଣ୍ଡ ତାର
ଛାଡି ଗଲ ବନ୍ୟା ଶୁଣି
ବିସ୍ମୟ ପୁରୁଷ କୁହେ ଏ ଜଗତ
ଦେଖି ଯେ କାର୍ଯ୍ୟ କଳାପ
ଲେଖୁଥିଲ ଯାହା କରୁଥିଲ ତାହା
ନ କରି ବୃଥା ଆଳାପ
ସ୍ୱାଧୀନତା ପାଇଁ ବନ୍ଦୀ ହେଲ ଯାଇ
ଉଠାଇଲ ବୋଲି ସ୍ୱର
ଓଡ଼ିଆ ମାଆ ର ଟେକ ରଖି ଗଲ
ନ ନଇଁ ମଥା ତୁମର
ପ୍ରତିଷ୍ଠା ସମାଜ କରିଛ କାଗଜ
ସତ୍ୟ ପ୍ରକାଶିବା ପାଇଁ
ଆହେ ଦାନବୀର ସବୁତ ତୁମର
ଦାନ କଲ ଜାତି ପାଇଁ