ବିଶ୍ଵସ୍ତ
ବିଶ୍ଵସ୍ତ


ସେହିଲୋକ ହେବେ ଅତ୍ୟନ୍ତ ନିଜର ଅସଲ ବିଶ୍ଵସ୍ତ ବନ୍ଧୁ,
ଯିଏ ଜାଣିପାରେ ହୃଦୟର ବ୍ୟଥା ଆମେ ଯେତେବେଳେ କାନ୍ଦୁ |
ଆମହସ ତଳେ ଲୁଚି ରହିଥିବା ଯନ୍ତ୍ରଣାକୁ ଯିଏ ଜାଣେ,
ଆମ ରାଗ-ରୁଷା ଦେଖି ଯେ ଚିନ୍ତିତ ହେଉଥାଏ ମନେମନେ |
ହୃଦୟରେ ପ୍ରେମ-ଶ୍ରଦ୍ଧା ଲୁଚିଥିବ ତାକୁ ଯିଏ ଖୋଜିପାଏ,
ନୀରବତା ଦେଖି ହୃଦୟ ଭାଷାକୁ ପଢି ପାରୁଥିବ ଯିଏ |
ନିଜ ଜୀବନକୁ ବାଜି ଲଗେଇ ଯେ ବିପଦରୁ ରକ୍ଷାକରେ,
ପାଇବାର ଆଶା ନ ଥାଏ ଯାହାର ଲାଗିଥାଏ ଉପକାରେ |
କଥାରେ ନ କହି କାମରେ ଦେଖାଏ ଭୁଲିଯାଏ ନିଜକଥା,
ନିଜେ ସମସ୍ୟାରେ ପଡ଼ି ରହିଲେ ବି କରୁଥାଏ ଆମଚିନ୍ତା |
ସମୟ ସୁଯୋଗ ନାହିଁ କହେନାହିଁ ଆମ ଦୁଃଖକଥା ଶୁଣେ,
କ୍ଷମା ମାଗିପାରେ କ୍ଷମା ଦେଇପାରେ ନିଜର ମହତ ଗୁଣେ |
000