Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalpana Satapathy

Classics Inspirational

4.5  

Kalpana Satapathy

Classics Inspirational

ବିଶ୍ଵନିୟନ୍ତା

ବିଶ୍ଵନିୟନ୍ତା

1 min
111


ମୁଁ ସ୍ଥିତି ମୁଁ ସୃଷ୍ଟି, ମୁଁ ହିଁ ସର୍ବଜ୍ଞାତା ବିଶ୍ଵନିୟନ୍ତା

ମୁଁ ଯୋଗଜନନ୍ମା ଵୀର ପୁରୁଷ, ମୁଁ ହିଁ ଓଁକାର ଧ୍ଵନି

ମୁଁ ହିଁ ଆଲୋକ ର ସଙ୍କେତ, ମୁଁ ହିଁ ଚତୁରବେଦ

ମୁଁ ହିଁ ଚିରସ୍ରୋତା ଜଳପ୍ରପାତ, ମୁଁ ଚୀରମଳୟର l

ଆହ୍ଲାଦିତ ତୋରଣ ସାଂଗକୁ ଘୂର୍ଣ୍ଣିଝଡ, ମୁଁ ବୀର ପୁରୁଷ

ମୁଁ ହିଁ ଅନ୍ଧାରି ଘର ବାବା, ଯାହା ପାଇଁ ଏ ସୃଷ୍ଟି

ଆଲୋକ ରେଣୁର କଣିକାରେ ହେଉଛି ଆତଯାତ।

ଅନ୍ଧାର ଘର ଭିତରେ ରହି ପ୍ରସାରିତ କରିଛି

ମୋର ବାହୁଛାୟା ,ମୋର ନାଦରୁ ନିନାଦିତ

ଏ ସକଳ ସୃଷ୍ଟି ର ସବୁଜିମା ପ୍ରାନ୍ତର l

ମୁଁ ହିଁ ସର୍ବଜ୍ଞାତା ସୃଷ୍ଟି ର ମୂଳାଧାର

ମୁଁ ଅବ୍ୟକ୍ତ,ଅସୀମ, ଅମାପ, ବିସ୍ତୃତି, ଅନ୍ୱେଷଣ

ମୁଁ ହିଁ ଭାବନାର ଭାବାନ୍ତରୀକରଣ,

ମୋ ପାଇଁ ଆଲୋକିତ ଏ ସାରା ଜଗତ।

ମୁଁ ହିଁ ଅବତାରୀ ପୁରୁଷ ପରଂବ୍ରହ୍ମ ପୁରୁଷୋତ୍ତମ

ସୃଷ୍ଟିର ଆବାହମାନ କାଳରୁ ମୁ ସ୍ବୟଂ ସ୍ବରୂପ

ହେଉଛି ବିରାଜମାନ, ମୁଁ ହିଁ ଦୂର ଦିଗବଳୟର

ଉଦଭାସିତ ମନ୍ଦାକିନୀ ର ସେହି ଶୂନ୍ୟବାଣୀ

ମୁଁ ହିଁ ଶାସ୍ବତ ପ୍ରେମ, ଆନନ୍ଦର ସଙ୍ଗୀତ

ମୋ ନିର୍ଦ୍ଦେଶନାରେ ଜୀବନ୍ତ ହେଉଛି ଏ ନବଦିଗନ୍ତ।



Rate this content
Log in

Similar oriya poem from Classics