ବିଶ୍ବ ସାଇକେଲ ଦିବସ
ବିଶ୍ବ ସାଇକେଲ ଦିବସ
ବିଶ୍ବ ସାଇକେଲ ଦିବସରେ ଭାଇ
ପରିବେଶର ଏ ଶୈଳୀ,
ସାଇକେଲ ପରା ଜୀବନର ଅଙ୍ଗ।
ସ୍ବସ୍ଥ ରହିବାର ଶୈଳୀ।
ରାଷ୍ଟ୍ର ପିତା ପରା ମହାତ୍ମାଗାନ୍ଧୀଙ୍କ
ଥିଲା ସାଇକେଲ ପ୍ରେମ,
ନିତି ପରା ତାଙ୍କ ସାଇକେଲ ପ୍ରୀତି
ସ୍ବସ୍ଥ ପାଇଁ ଥିଲା କର୍ମ।
ସାଇକେଲ ପ୍ରତି ବଢୁ ପ୍ରେମ ଜନେ
ସ୍ବାସ୍ଥ ପାଇଁ ଉପଯୋଗୀ,
ଚକ୍ର ଚାଳନା ଟି କରିବରେ ସ୍ବସ୍ଥ
କର୍ମେ ହେବ ସହଭାଗୀ।
ଯୋଗର ଅୟୁଧ ସାଇକେଲ ପରା
କର୍ମ କାର୍ଯ୍ୟେ ରଖ ଭାଇ,
ନିତି ଦିନିଆରେ ସାଇକେଲ କର
କାର୍ଯ୍ୟ ଆବଶ୍ୟକ ଭାଇ।
ଖର୍ଚ୍ଚ ନାହିଁ ଯହିଁ ଉପକାରୀ ତହିଁ
ଯୋଗ ପାଇଁ ଉପକାରୀ,
କର ତା ପ୍ରୟୋଗ ଜୀବନ ଯାତ୍ରାରେ
ହେଉ ଆଦର ତାହରି।
>
ସାଇକେଲେ ଯିବେ ସ୍କୁଲ କଲେଜ
ଛାତ୍ରଛାତ୍ରୀ ମେଳି ହୋଇ,
ଦିଶେ କି ସୁନ୍ଦର ଚକ୍ରର ଚାଳନେ
କରେ ଆକର୍ଷିତ ଭାଇ।
କର ଅଙ୍ଗିକାର ସାଇକେଲ ଏବେ
ସ୍ବାସ୍ଥର ପାଇଁ ଜରୁରୀ,
ଏହାର ଚାଳନେ ପରିବେଶ ଶୁଦ୍ଧ
ଜୀବନେ ଏହୁ ଜରୁରୀ।
ନ ଆସିବ ରୋଗ ନଥିବ ଯନ୍ତ୍ରଣା
ଆରୋଗ୍ୟ ମନ୍ତ୍ରଟି ଏହୁ,
କର୍ମକ୍ଷେତ୍ରେ ଥିବୁ ଖୁସି ଓ ଆନନ୍ଦେ
ମନ୍ତ୍ର ଚାଳନର ଏହୁ।
ସାଇକେଲ ପରା ପୂରଣା ଆୟୁଧ
ନହୁ ବହିଷ୍କାର ତାରେ,
ଜୀବନ ଯାତ୍ରାରେ ଦିଅ ସ୍ଥାନ ତାକୁ
କରିବ ଆରୋଗ୍ୟ ତୋରେ।
ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନଟି
ତିଥି ସାଇକେଲେ ଆଜି,
କର ଅଙ୍ଗିକାର ସାଇକେଲ ଭାଇ
ଅତି ଉପଯୋଗୀ ଆଜି।