STORYMIRROR

Anirudha Kund

Classics

4  

Anirudha Kund

Classics

ବିଶ୍ବ ବେଦନାର ବଇଦ

ବିଶ୍ବ ବେଦନାର ବଇଦ

1 min
221


ବିଶ୍ବ ବେଦନାର ବଇଦ ତୁମେ ଗୋ

   ବିଶ୍ବ ବେଦନାର ବଇଦ

ବିପଦ ବେଳରେ ବିମୂଖ ହୋଇଲେ

   କିଏ ବା ଶୁଙ୍ଘାଇବ ଗଦ ।


ତୁମ ପାଶେ ପ୍ରଭୁ ଜଡିବୁଟି ସବୁ

  ରୋଗ ବ୍ୟାଧି ଉପଚାର

କାହିଁକି ରହୁଛ  ମଉନ କାଳିଆ

  ବିଶ୍ବ ହୁଏ ଛାର ଖାର 

ତୁମରି ପରଶ କାଉଁରି କୁହୁକ

 କର ହେ ପ୍ରଭୁ ଆଶୀର୍ବାଦ ।


ଗଜ ଡାକ ଶୁଣି ଆହେ ଚକ୍ରପାଣି 

  ନର୍କକୁ ନାଶିଲ ତୁମେ

କରୁଣ ରୋଦନ ଶୁଭୁନି ତୁମକୁ

  କେତେ ଡାକୁଆଛୁ ଆମେ

ସୃଷ୍ଟିକୁ ତୁମର ତୁମେ ରକ୍ଷାକର

  ଘଉଡାଇ ସବୁ ବିପଦ ।


Rate this content
Log in

Similar oriya poem from Classics