STORYMIRROR

Tapan Kumar Biswal

Tragedy Inspirational Thriller

3  

Tapan Kumar Biswal

Tragedy Inspirational Thriller

ବିଶ୍ୱ ସୁରକ୍ଷା

ବିଶ୍ୱ ସୁରକ୍ଷା

1 min
12K

*ବିଶ୍ୱ ସୁରକ୍ଷା*

***********


ଉଠରେ ଜାଗରେ     ବିଶ୍ୱ ସନ୍ତାନ

    ହୁଅ ଏବେ ସଚେତନ l


ଯେବେ ନହୋଇବ   ତେବେ ଚାଲିଯିବ      

     ଅନେକ ଅମୂଲ୍ୟ ପ୍ରାଣ ll


ଅପସଂସ୍କୃତିକୁ      ଭୁଲ ଯାଅ ଏବେ

    ଭୁଲିଯାଅ ଚଳଣୀ କୁ l


ଭାରତ ସଂସ୍କୃତି     ସବୁଠୁ ଉତ୍ତମ

    ଆଜି ବିଶ୍ୱ ମାନୁଛି ତାକୁ ll


ରାଷ୍ଟ୍ର ଭେଦ ଭାବ।    ଛାଡିଦିଅ ତୁମେ

     ହୀନ ରାଜନୀତି ଛାଡ଼ l


ବିଶ୍ୱର ଜନଙ୍କୁ      ଏକାଠି କରିଣ

   ଗୋଟିଏ ରଜ୍ଜୁରେ ଯୋଡ ll


ମିଳିମିଶି କାମ     କରି ଯେ ପାରିଲେ

     ତାହାକୁ ପରିବା ଜିତି l


କେତେ ଘଟଣା ଯେ    ଘଟିତ ଯାଇଛି

     ଇତିହାସ ତାର ସାକ୍ଷୀ ll


 ହୁଅ ସଚେତନ     କର ସଚେତନ

     ହେବ ସଚେତନ ବିଶ୍ୱ l


ସମସ୍ତେ ଆମର     ନିଜର ଅଟନ୍ତି

     ଏଭଳି ଭାବନା ରଖ ll


ଲୋଡ଼ାନାହିଁ ମୋର    ବ୍ୟକ୍ତିଗତ ସୁଖ

    ଲୋଡ଼ାନାହିଁ ଧନ ମାନ l


ବିଶ୍ୱର ଜନତା    ସଭିଏଁ ମୋ ପ୍ରିୟ

    ସମସ୍ତେ ମୋ ପ୍ରିୟ ଜନ।l


ବିଶ୍ୱର ସୁରକ୍ଷା    ଅପରିହାର୍ଯ୍ୟ ଯେ


    କଥାଟି କୁ ଦିଆ ଧ୍ୟାନ l


 ତା ସୁରକ୍ଷା ପାଇଁ       ଆଗଭର ହେବା 

      ଲଗାଇବା ତନୁ ମନ ll


ବଡ ବଡ ରାଷ୍ଟ୍ର      ମୁଣ୍ଡ ବିନ୍ଧିଲାଣି


    ବୁଦ୍ଧି ଦିଶୁ ନାହିଁ ଜମା l


ବିଶ୍ୱର ସୁରକ୍ଷା     ସଭିଙ୍କ ଦାଇତ୍ୱ


     ଭୁଲିବେନି କେହି ଜମା l l



Rate this content
Log in

Similar oriya poem from Tragedy