ବିଶ୍ୱରୂପ
ବିଶ୍ୱରୂପ
ବନ୍ଧୁତାର ତୁମେ ଶ୍ରେଷ୍ଠ
ହୋଇ ପୁଣି ଅର୍ଜୁନ ରଥରେ
ସାରଥୀ ଯେ ସାଜିଥିଲ
ତୁମ ସ୍ୱରୂପ ରେ ଉଭା ହୋଇ ପୁଣି ମାନବ କଲ୍ୟାଣ ପାଇଁ
ଦେଖାଇଲା ବିଶ୍ଵରୂପ
ଏ ସୃଷ୍ଟିରେ ତୁମେ
ସଂହରରେ ତୁମେ
ତୁମେ ଆଦି
ତୁମେ ଅନନ୍ତ
ତୁମେ ନଦୀର ଦୁଇଧାର
ତୁମେ ପୁଣି ସାଗରର ଉତ୍ତଳ ତରଙ୍ଗ
ତୁମେ ଅଗ୍ନିର ତେଜ
ପବନର ଗତି
ସ୍ୱଚରାଚର ଜୀବ ର ଶ୍ଵାସ ରେ ତୁମ ବାସ
ତୁମେ ଅନନ୍ତ ନୀଳ ଆକାଶ
ଭାସିଯାଉଥିବା
ବାଦଲ ରେ ତୁମେ
ଇନ୍ଦ୍ରଧନୁ ରଙ୍ଗରେ ତୁମେ
ବୈଶାଖର ଝାଞ୍ଜି ରେ ତୁମେ
ଫଗୁଣର ମହକରେ ତୁମେ
କାକର ବିନ୍ଦୁ ରେ ତୁମେ
କୁହୁଡ଼ିର ଆବରଣ ରେ ତୁମେ
ପତ୍ରଝଡା ଋତୁରେ ତୁମେ
ମେଘ ମଲ୍ଲହାର ରେ ତୁମେ
ହେ କେଶବ
ତୁମେ ପୁଷ୍ପର ସୁଗନ୍ଧିତ ସୁବାସ
ସକାଳର ଆଦ୍ୟ ପ୍ରକାଶ
ପ୍ରକୃତିର ସୁନ୍ଦର ବିନ୍ୟାଶ
ବଣପାହାଡ଼ର ସବୁଜ ଉଛ୍ୱାସ
ଚଦ୍ରମାର ଶୀତଳ ସ୍ପର୍ଶ
କଅଁଳ ଶିଶୁ ଟିର ନିଷ୍ପାପ ହସ
ତୁମ ଭିତରେ ତୁମେ
ପାପରୁ ପୁଣ୍ୟର ସିଡ଼ି ଟିଏ ତୁମେ
ତୁମେ ସ୍ୱର
ତୁମେ ବ୍ୟଞ୍ଜନ
ତୁମେ ଆକାର
ତୁମେ ନିରାକାର
ତୁମେ ଅଗତିର ଗତି
ଅନାଥ ର ନାଥ
ଭକ୍ତିର ଶକ୍ତି
ସ୍ଥାବର ରୁ ଅସ୍ଥାବର
ଜଡ଼ରୁ ସ୍ଥିରତା
ସମୟର କ୍ଷୀପ୍ରତା
