STORYMIRROR

Sunanda Mohanty

Inspirational

3  

Sunanda Mohanty

Inspirational

ବିଶ୍ୱନିୟନ୍ତା

ବିଶ୍ୱନିୟନ୍ତା

1 min
126


ତୁମେ ଇସ୍ପିତ ଆହେ ଜଗନ୍ନାଥ

ଏଇ ବର୍ଷାରେ ତୁମ ଦାନ ଅନ୍ତତଃ

ମନେ ପଡେ ମୁଠେ କୈବଲ୍ୟ ପାଇଁ

ମନ୍ଦିର ଆସିଥିଲିମହାପ୍ରଭୁ ଗୋସାଇଁ

ତୁମେ ସକାଳ ଅମୃତ କଳସ

ଭରିଦେଲ ଭାବାର୍ଥର ପିୟୁଷ

ମୋ ଜୀବନରେ କମା ପୂର୍ଣ୍ଣଛେଦ

ତୁମେ ଆଣିଦେଲ ଜୀବନେ ଅଭେଦ

ତୁମେ ସକଳ ତୀର୍ଥ ଉର୍ଦ୍ଧରେ ମହାତ୍ମା

ଗାନ୍ଧୀ ଗୋପବନ୍ଧୁଙ୍କୁ କଲ ପୁଣ୍ୟାତ୍ମା

ତୁମେ ନିର୍ବିକାର ଗୁଣସୂତ୍ର ପରିଧି

ତୁମ ପାଇଁ ଦେଶବନ୍ଧୁ ପାଇ ସନ୍ନିଧି

ତୁମେ ଜନ୍ମ କର୍ମ ଧର୍ମ ପୁଣ୍ୟ ଦେହୀ

 ଅଂଶରୁ ଉଦ୍ଭବ ଦେଶସେବକ ଭାଇ

ବିହି ଲେଖିଥିଲ ବୋଲି ବହି ଲେଖି

ଓଡିଶା ପ୍ରଦେଶ ଆରାଧ୍ୟ୍ୟ ଚକାଆଖି

ତୁମେ ରାଜ୍ୟର ତୁମେ ଦେଶର ଉତ୍ସ

ତୁମ ଚରଣ ସେବିତ ଦେଶବାସୀ ବତ୍ସ

ଆଜି ଯଦି ଗୋଟେ ପ୍ରଦେଶ ସ୍ୱାଧୀନତା

କାଲି ଅନ୍ୟ ରାଜ୍ୟରେ ଦେଖାଅ ମହାନତା

ତୁମେ ଐକ୍ୟରେ ତୁମେ ଏକାନ୍ତରେ ନିଶି ଦିବସରେ

ସାମ୍ୟ ଶାନ୍ତି ପ୍ରୀତି ମୈତ୍ରୀ ବାର୍ତ୍ତାତୁମ ସାନିଧ୍ୟରେ ।


Rate this content
Log in

Similar oriya poem from Inspirational