STORYMIRROR

Prafulla Chandra Mishra

Tragedy

3  

Prafulla Chandra Mishra

Tragedy

ବିଶ୍ଵ ଦେଖ ଆଜି ସ୍ତବ୍ଧ

ବିଶ୍ଵ ଦେଖ ଆଜି ସ୍ତବ୍ଧ

1 min
624


• ବିଶ୍ଵ ଦେଖ ଆଜି ସ୍ତବ୍ଧ

• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା

• ---------- -------------------- ----------

• ଜାଗି ଉଠିଅଛି ଭାରତୀୟ ପ୍ରାଣ ଭାରତ ମାତାର ଜୟ

• ଜୟ ଜୟ କର ଜବାନ ,କିଷାନ ,ବିଜ୍ଞାନୀ ଭାରତୀ ଜୟ ।।

• ପ୍ରତି ପ୍ରାଣେ ପ୍ରାଣେ କୁହୁଳି ଉଠୁଛି ଆଜି ସେ ଦୁଃଖଦ ଦିନ

• ସହିଦ୍ ହୋଇଲେ ପୁଲୁବାମା ଠାରେ ଯେଦିନ ଭାରତ ସୈନ ।।

• ବୀରଗତି ଲଭି ମାଳ ମାଳ ଶବ ସହିଦ୍ କଫିନ୍ ଯାତ୍ରା

• ଭାରତୀୟ ବୀର ଦେଖି ତା ଦେହରେ ଫୁଟିଯାଇଥିଲା କଣ୍ଟା ।।

• ଫୁଟିଉଠିଥିଲା ବୀରର ରକତ ଅଶ୍ରୁ ବଦଳରେ ଲହୁ

• ଶପଥ ନେଇଛି ଜାତୀୟ ଜୀବନ ତ୍ରୀରଙ୍ଗା ମୋ ଉଡୁଥାଉ ।।

• ସହିଦ୍ ଘରଣୀ ଈଶ୍ଵରୀ ଶକ୍ତି ତା ହୃଦୟ ର କୋହ ନିଆଁ

• ଅବୋଧ ଶିଶୁ ର ଇଶ୍ଵରୀୟ ଜ୍ୟୋତି ପ୍ରସାଦ ତୋ ପାଇଁ ସାହା ।।

• ଆଗେଇ ଚାଲରେ ଜାଗ୍ରତ ହୁଅ ମୋ ଦେଶ ଯୁବକ ବଳ

• ଦୁର୍ଗା, ପାର୍ବତୀ,ରାଣୀ ଲକ୍ଷ୍ମୀବାଈ ସାଜ ମୋର ମାତୃକୁଳ ।।

• ଆତଙ୍କ ବାଦର ବିରୁଦ୍ଧେ ଲଢେଇ ଆତଙ୍କି ଜାତୀୟ ଶତ୍ରୁ

• ଭାରତୀୟ ବୀର ଧୁର୍ଜଟି ,ଅଗ୍ନି ଜାଳିବ ତୃତୀୟ ନେତ୍ରୂ ।।

• ବୀର ସହିଦ୍ ର କଫିନ୍ ଉପରେ ଅନେକ ଝରିଛି ଅଶ୍ରୁ

• ନଟରାଜ ନୃତ୍ୟେ ଜାଳିଦିଅ ବୀର ବର୍ଷୁ ରେ ଅଗ୍ନି ବର୍ଷୁ ।।

• ଶାନ୍ତି ର ବାର୍ତ୍ତା ପ୍ରସରେ ଏ ଦେଶୁ ବୁଦ୍ଧ,ଜଇନର ଦେଶ

• ବିବେକାନନ୍ଦ, ନେତାଜୀ ସୁବାଷ ଗାନ୍ଧୀ (ରଚି) ବିଶ୍ଵ ଇତିହାସ ।।

• ଅହିଂସା ଆମର ପରମଧର୍ମ ରେ ସତ୍ୟର ଜୟଗାନ

• କରେ ଭାରତୀୟ ଭାତୃତ୍ତ୍ଵ ବନ୍ଧନ ଅଟେ ଭାରତୀୟ ଧର୍ମ ।।

• ସବୁ ସହିବାର ପ୍ରତିବଦଳରେ ସହିଦ୍ ର ଉପହାର

• ବିଶ୍ଵ ଦରବାର ଦେଖି ସ୍ତବ୍ଧ ହେଲା ଆତଙ୍କିର କାରବାର ।।

• ଶାନ୍ତି, ମୈତ୍ରୀ, ଅହିଂସା ଭୂଖଣ୍ଡ ବିଶ୍ଵେ ଭାରତବର୍ଷ

• ଆସ ବିଶ୍ଵବାସି ମୋ ଭାଇ ଭଉଣୀ ଆତଙ୍କ ହେଉରେ ଶେଷ ।।





Rate this content
Log in

Similar oriya poem from Tragedy