STORYMIRROR

Kalandi pal

Inspirational

3  

Kalandi pal

Inspirational

ବିରହୀ ରାଧିକା

ବିରହୀ ରାଧିକା

1 min
183

ବଇଁଶୀର ସ୍ଵନ ଶୁଭେ କୁଞ୍ଜବନ

  ଡାକେ ଆସ ରାଇ ରାଇ.

ଶୁଣି ବଂଶୀ ସ୍ଵନ ବିରହୀର ମନ

  ଉତ୍ତାଳ ତରଙ୍ଗ ଡେଇଁ.

ଢେଉ ମାଡି ଆସେ କୁଳଧୋଇ. l0l


ଶାଶୁ ନଣନ୍ଦଙ୍କ ଗଞ୍ଜଣା ସହୁଛି

  ସଦା ବେଣୁ ସ୍ଵନ ପାଇଁ

ବିରହୀ ମନଟା ବେଣୁ ସ୍ଵରେ ବନ୍ଧା

  ବାଉଛି କଳା କହ୍ନେଇ.

ହଜି ଯାଏ ମନ ହଜି ଯାଏ ପ୍ରାଣ

  ଶୁଣି ବେଣୁ ସ୍ଵନ ରାଇ. l1l


ବଜାନି ବଜାନି ଆଊ ବେଣୁ କାହ୍ନା

  ହୃଦୟ ଦହୁଛି ମୋର.

ଶାଶୁର ଆକଟ କିଳିଛି କବାଟ

  ଯିବି ନାହିଁ ପାଶେ ତୋର.

ଶୁଣି ବେଣୁ ସ୍ଵନ ରହିଥିବି ତୁମ

  ବିରହୀ ରାଧିକା ହୋଇ. l2l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational