ବିରହୀ ରାଧିକା
ବିରହୀ ରାଧିକା
ବଇଁଶୀର ସ୍ଵନ ଶୁଭେ କୁଞ୍ଜବନ
ଡାକେ ଆସ ରାଇ ରାଇ.
ଶୁଣି ବଂଶୀ ସ୍ଵନ ବିରହୀର ମନ
ଉତ୍ତାଳ ତରଙ୍ଗ ଡେଇଁ.
ଢେଉ ମାଡି ଆସେ କୁଳଧୋଇ. l0l
ଶାଶୁ ନଣନ୍ଦଙ୍କ ଗଞ୍ଜଣା ସହୁଛି
ସଦା ବେଣୁ ସ୍ଵନ ପାଇଁ
ବିରହୀ ମନଟା ବେଣୁ ସ୍ଵରେ ବନ୍ଧା
ବାଉଛି କଳା କହ୍ନେଇ.
ହଜି ଯାଏ ମନ ହଜି ଯାଏ ପ୍ରାଣ
ଶୁଣି ବେଣୁ ସ୍ଵନ ରାଇ. l1l
ବଜାନି ବଜାନି ଆଊ ବେଣୁ କାହ୍ନା
ହୃଦୟ ଦହୁଛି ମୋର.
ଶାଶୁର ଆକଟ କିଳିଛି କବାଟ
ଯିବି ନାହିଁ ପାଶେ ତୋର.
ଶୁଣି ବେଣୁ ସ୍ଵନ ରହିଥିବି ତୁମ
ବିରହୀ ରାଧିକା ହୋଇ. l2l