STORYMIRROR

NIBEDITA MOHAPATRA

Tragedy

3  

NIBEDITA MOHAPATRA

Tragedy

ବିରହ

ବିରହ

1 min
165


ଛାଡିଗଲେ କଳାକାହ୍ନୁ ଗୋପ ଯେଉଁଦିନ

ଲତା କୁଞ୍ଜେ ଶୁଭିଲାନି ବ‌ଇଁଶୀର ସ୍ବନ

ଶୂନ୍ୟ ହୋଇଗଲା ପଲ୍ଲବିତ ମଧୁବନ

ବିରହ ଜ୍ୱାଳାରେ ଅଶାନ୍ତ ହୋଇଲା ମନ।


ଗୋଗଷ୍ଠରେ ଧେନୁ ବର୍ଚ୍ଛା କରିଲେ କ୍ରନ୍ଦନ

ଅଶ୍ରୁ ନୀରେ ଭିଜିଲା ରାଧାରାଣୀ ନୟନ

ବାଲ୍ୟ ସଖା ଡାକିଲେ ଫେରିଆସ ମୋହନ

ଗୋପୀକା ଝୁରିଲେ କାହିଁ ଗଲ ପ୍ରାଣଧନ।


ବିଷାଦରେ ଭରିଗଲା ଚ‌ଉଦ ଭୁବନ

ଅସ୍ତବ୍ୟସ୍ତ ହୋଇଗଲା ସବୁରି ଜୀବନ

ପର କରି ଦେଲେ ବୋଲି ଯଶୋଦା ରତନ

ପ୍ରବାହିତ ହେଲା ନାହିଁ ବସନ୍ତ ପବନ।


ଆକୁଳେ ଡାକନ୍ତି ସର୍ବେ ହେ ମଧୁସୂଦନ

ଶାନ୍ତ କର ବିରହାଗ୍ନି ଆହେ ଶ୍ୟାମଘନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy