ବିରହ
ବିରହ
ଛାଡିଗଲେ କଳାକାହ୍ନୁ ଗୋପ ଯେଉଁଦିନ
ଲତା କୁଞ୍ଜେ ଶୁଭିଲାନି ବଇଁଶୀର ସ୍ବନ
ଶୂନ୍ୟ ହୋଇଗଲା ପଲ୍ଲବିତ ମଧୁବନ
ବିରହ ଜ୍ୱାଳାରେ ଅଶାନ୍ତ ହୋଇଲା ମନ।
ଗୋଗଷ୍ଠରେ ଧେନୁ ବର୍ଚ୍ଛା କରିଲେ କ୍ରନ୍ଦନ
ଅଶ୍ରୁ ନୀରେ ଭିଜିଲା ରାଧାରାଣୀ ନୟନ
ବାଲ୍ୟ ସଖା ଡାକିଲେ ଫେରିଆସ ମୋହନ
ଗୋପୀକା ଝୁରିଲେ କାହିଁ ଗଲ ପ୍ରାଣଧନ।
ବିଷାଦରେ ଭରିଗଲା ଚଉଦ ଭୁବନ
ଅସ୍ତବ୍ୟସ୍ତ ହୋଇଗଲା ସବୁରି ଜୀବନ
ପର କରି ଦେଲେ ବୋଲି ଯଶୋଦା ରତନ
ପ୍ରବାହିତ ହେଲା ନାହିଁ ବସନ୍ତ ପବନ।
ଆକୁଳେ ଡାକନ୍ତି ସର୍ବେ ହେ ମଧୁସୂଦନ
ଶାନ୍ତ କର ବିରହାଗ୍ନି ଆହେ ଶ୍ୟାମଘନ।