STORYMIRROR

Bharatabandhu Biswal

Inspirational

3  

Bharatabandhu Biswal

Inspirational

ବିରହ

ବିରହ

1 min
206


ସମୟ ପ୍ରବାହ ଅଟେ ଚିରନ୍ତନ

    ସଞ୍ଚରଇ ଅବିରତ

ସଂସାରରେ ଜୀବ ବଞ୍ଚେ ମିଳିମିଶି

   ଲୋଡ଼ା ସମ୍ବନ୍ଧ ସମ୍ପର୍କ ।

ମଧୁର ବଚନେ ପ୍ରିୟ ଅନ୍ତରଙ୍ଗ

   ଆପଣାର ହୁଏ ଜନ

ନିର୍ଝରେ ମମତା ସେନେହ ଶରଧା

   ଅନିର୍ବଚ୍ଚନୀୟ ପ୍ରେମ ।

ଲାଗିଲେ ଆଘାତ ପ୍ରିୟ ଜନ ଅଙ୍ଗେ

   ହୃଦୟେ ହୁଏ ବେଦନା

ସହି ହୁଏ ନାହିଁ ବିରହ ବିଚ୍ଛେଦ

   ଛୁଟେ ଲୋକର ବନ୍ୟା ।

ମିଳନରେ ମନ ଆନନ୍ଦ ବିଭୋର

   ବିରହ ଦାରୁଣ କଷ୍ଟ

ଶୟନେ ସ୍ୱପନେ ଅବା ଜାଗରଣେ

   ଭାସି ଉଠେ ପ୍ରିୟ ମୁଖ ।

ପାରିବନି ବଞ୍ଚି ଲୋକ ଏକା ଏକା

   ସୁସମ୍ପର୍କ ବ୍ୟତିରେକ

ଗଢିଥାଏ ଏଣୁ ଘର ପରିବାର

   ବୋଲାଏ ସେ ସାମାଜିକ ।

ମିଳନ ମଧୁର ବିରହ ବିଧୁର

   ହସକାନ୍ଦ ସୁଖ ଦୁଃଖ

ଆସିବ ଜୀବନେ ବହୁ ଝଡ଼ ଝଞ୍ଜା

  ସହେ ଧୀର ସ୍ଥିତପ୍ରଜ୍ଞ ।



Rate this content
Log in

Similar oriya poem from Inspirational