STORYMIRROR

DILIP KUMAR SAHOO

Tragedy

3  

DILIP KUMAR SAHOO

Tragedy

ବିରହ

ବିରହ

1 min
270

ବିରହ ଜ୍ବଳାରେ ଜଳିଲା ରାଈ

କାହ୍ନୁ ଗଲା ଚାଲି ଫେରିଲା ନାହିଁ

ନିନ୍ଦା ଅପବାଦ ଅବସାଦ ବାଦ

ଆଖିରୁ ତ ନିଦ ନେଲା ଚୋରାଇ ....।

ପୁତ୍ର ବିରହରେ ମାତା ଯଶୋମତି

କହ୍ନେଇ ରହିଲା ମାଆକୁ ଭୁଲି

ଖାଲିଖାଲି ଲାଗେ ନନ୍ଦ ରାଜାଘର

କଦମ୍ବ ମୂଳତ ଝୁରିଲା ଖାଲି

ଶୂନ୍ୟ ବୃନ୍ଦାବନ ଶୂନ୍ୟ କୁଞ୍ଜବନ

ଯମୁନା ରହିଲା ତାବାଟ ଚାହିଁ

ବିରହ ଜ୍ବଳାରେ ଜଳିଲା ରାଈ... ।

ସାରା ଗୋପପୁର ବିରହ ଜ୍ବଳାରେ

ଢାଳିଲା ନିଇତି ତତଲା ଲୁହ

ଏମିତି କେମିତି ନିର୍ଦୟ ହୃଦୟ

ବୁଝିଲାନି କାହ୍ନୁ ରାଧାର କୋହ

ସମୟ ଲେଖିଲା ବିରହ କାହାଣୀ

ଅଧା ରହିଗଲା ସରିଲା ନାହିଁ

ବିରହ ଜ୍ବଳାରେ ଜଳିଲା ରାଈ...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy