STORYMIRROR

Ajit Kumar Raut

Classics

3  

Ajit Kumar Raut

Classics

ବିରହ ଯନ୍ତ୍ରଣା

ବିରହ ଯନ୍ତ୍ରଣା

1 min
245


ଅତି ସୁକୁମାରି ଗାଈଟିଏ ମୋର

ମଙ୍ଗଳୀ ନାମଟି ତାର

ସୁନ୍ଦର ବାଛୁରୀ ଗେଲ୍ହୁ ନାମ ତାର

ଗେଲ୍ହା ସନ୍ତାନଟି ତାର।୧।


କ୍ଷଣେ ନ ଦେଖିଲେ ସନ୍ତାନର ମୁଖ

ରାବୁଥାଏ ଜରେ ଜରେ

ଛୂଆର ବିରହ ସହିଟି ନପାରେ

ଟାକୁଥାଏ ଆର୍ତ୍ତ ସ୍ବରେ।୨।


ସଂଯୋଗ ଦେଖଟି ପ୍ରଭୁଙ୍କ ଭିଆଣ

ଛୁଆକୁ ଛାଡିଲା ଖେତେ

ଛୂଆର ବିରହେ ଏଣେ ତଣେ ବୁଲି

ଛୁଆକୁ ଖଜଇ ନିତ୍ୟେ।୩।


ସୋଇ ନ ପାରନ୍ତି ଘରେ କେହି ଜଣେ

ମଙ୍ଗଳୀର ଦୁଖ ଦେଖି

ଛୂଆର ବିରହେ କାନ୍ଦୁ ଥାଏ ନିତି

ଦୁଖ ଲାଗେ ଏହା ଦେଖି।୪।


ବିରହ ଯନ୍ତ୍ରଣା ଅତି ଭୟଙ୍କର

ମାଆ ହିଁ ତାହା ଜାଣିବ

ଛୁଆ ବିନୁ ମାଆ କିପରି ରହିଛି

ପ୍ରଭୁ ହିଁ ତାହା ଜାଣିବ।୫।


ସହି ହୁଏ ନାହିଁ ମଙ୍ଗଳୀ ଯନ୍ତ୍ରଣା

ପ୍ରଭୁଙ୍କୁ ଡାକେଟି ନିତ୍ୟେ

ମିଳାଇ ଦିଅଟି ଛୁଆକୁ ତାହାର

ଯନ୍ତ୍ରଣା ଭୋଗେଟି ନିତ୍ୟେ।୬।


ମୁହିଁ ଖୋଜୁ ଅଛି ମଙ୍ଗଳୀ ଖୋଜୁଛି

ଅତା ପତା ମିଳୁ ନାହିଁ

ଦୟା କର ପ୍ରଭୁ ମଙ୍ଗଳୀକୁ ମୋର

ଗେଲ୍ହୁ ମିଳି ଯାଏ ଯୋହିଁ।୭।


ଅତି ସୁକୁମାରି ଗାଈଟିଏ ମୋର

ମଙ୍ଗଳୀ ନାମଟି ତାର

ସୁନ୍ଦର ବାଛୁରୀ ଗେଲ୍ହୁ ନାମ ତାର

ଗେଲ୍ହା ସନ୍ତାନଟି ତାର।୬।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics