ବିରାଗ
ବିରାଗ


ଶୂନ୍ୟ ଆକାଶକୁ ଚାହିଁ
ଅସନ୍ତୋଷ ର ବହ୍ନି ଜ୍ବାଳା ରେ
ଜଳୁ ଅଛି ସଦା ମୁହିଁ,
ଶୂନ୍ୟ ଆକାଶ କୁ ଚାହିଁ।
ଅନନ୍ତ ସୁଖର ସନ୍ଧାନ ପାଇଁ କି
ଘୁରୁ ଅଛି ନଟୁ ପରି,
ସ୍ଥିରତା ନାହଁ କି ଶାନ୍ତି ନାହିଁ
ବିଷୟ - ସୁଖ କୁ ଚାହିଁ
ଶୂନ୍ୟ ଆକାଶ କୁ ଚାହିଁ।
ମୋହ ମଦିରା କୁ ପାନ ଯେ କରିଛି
ପ୍ରମତ୍ତ ଯେ ହୋଇଅଛି,
ଭୋଗ୍ୟ ବସ୍ତୁ ର ପଛରେ ପାଗଳ
ବିବେକ ଶୂନ୍ୟ ହୋଇ
ଶୂନ୍ୟ ଆକାଶ କୁ ଚାହିଁ।
କାମିନୀ କାଞ୍ଚନ ରୂପ ଯଉବନ
ପଦବୀ ବିଳାସ ବ୍ୟସନ ,
ବନ୍ଧନ କାରକ ଦୁଃଖ ଦାୟୀ ଅଟେ
ଘୃଣାସ୍ପଦ ବୋଧ ହୋଇ
ଶୂନ୍ୟ ଆକାଶ କୁ ଚାହିଁ।
ପରମାତ୍ମା ଙ୍କ ନାମ ,ଜପ ଆଉ ତପ
ସମୟ ର ଇଙ୍ଗିତ ରେ,
ବୈରାଗ୍ୟ ଆସିଲେ ସବୁ ତୁଚ୍ଛ ହୁଏ
ମନରେ ବିରାଗ ପାଇ
ଶୂନ୍ୟ ଆକାଶକୁ ଚାହିଁ ।