STORYMIRROR

Niranjan Mishra

Inspirational

4  

Niranjan Mishra

Inspirational

ବିନୟ ବଚନେ ବଇରୀ ବଶ

ବିନୟ ବଚନେ ବଇରୀ ବଶ

1 min
370


କୋମଳ ମଧୁର ବିନୟ ବଚନ

              ଶୁଣି ଜନ ମନ ତୋଷ ।

କହିବା ଲୋକର ମନ ଶାନ୍ତ ରହେ

              ଶୁଣିବା ଲୋକ ହରଷ ।୧।

ମନେ ଭାବ ଥରେ କଟୁ କଥା ଯଦି

               ତୁମକୁ କହିଲା କିଏ  ।

ଶୁଣିଲେ ସେ କଥା କିପରି ଲାଗିବ

               ଯେତେ ଯାହା କହୁ ଯିଏ ।୨।

ତୁମେ ସେହିପରି କଟୁ କଥା ଯଦି

                କହିବ ଆନ ଲୋକକୁ ।

ତୁମ କଥା ତାକୁ କିପରି ଲାଗିବ

                ଆଣ ତା ନିଜ ମନକୁ  ।୩।

ବଚନରେ ପରା ଅମୃତ ରହିଛି

                ବଚନ ଆଣେ ମିତ୍ରତା ।

ସେଇ ବଚନରେ ରହିଛି ଗରଳ

                ଅରଜି ଆଣେ ଶତ୍ରୁତା ।୪।

ଜନମରୁ କେହି ଜନମି ନଥାଏ

                ଶତ୍ରୁ ଅବା ମିତ୍ର ହୋଇ ।

ବଚନରେ ଶତ୍ରୁ ମିତ୍ର ହୋଇଥାଏ

                ମିତ୍ର ବି ଶତ୍ରୁ ହୁଅଇ ।୫।

ବଚନରେ କିଆଁ କାର୍ପଣ୍ୟ କରିବ

                ଶତ୍ରୁ ହେଉ ଅବା ମିତ୍ର ।

ବଚନରୁ ସିନା ଜଣା ପଡିଥାଏ

                ଲୋକଟି କେଡେ ମହତ ।୬।

ଉଚ୍ଚମନା ସିନା ଉଚ୍ଚ ଫଳ ଲଭେ

                ନୀଚମନା ଲଭେ ବିଷ ।

ବିନୟ ବଚନ କହ ବାରମ୍ବାର

                ବଇରୀ ହୋଇବେ ବଶ ।୭।


Rate this content
Log in

Similar oriya poem from Inspirational