STORYMIRROR

Nihar Ranjan Acharya

Tragedy

3  

Nihar Ranjan Acharya

Tragedy

ବିନତି

ବିନତି

1 min
1.2K

ଚାରି ଦିନ ଭୋକିଲା 

ଆମେ ଦୁଇ ପିଲା, 

ପେଟେ ଆମ ଦେବାକୁ 

ପାଖେ ନାହିଁ ଦାନା।


ବାପା ମା' ଛାଡ଼ି ଗଲେ 

ହେଲୁ ଯେ ଅନାଥ, 

ଦୁଃଖ ତ ବୁଝିବାକୁ  

ଅଛ ଜଗନ୍ନାଥ।


ଘର ନାହିଁ ଆମର  

କିଏ ହେବ ସାହା, 

ବଞ୍ଚିବା ପାଇଁ ପ୍ରଭୁ 

ଦେଖା ତୁମେ ରାହା।


ନିଜ ବୋଝ ବୋହିବା 

ନୁହେଁ ମୁଁ ସକ୍ଷମ, 

ମଥାରେ ମୋ'ର ଭାଇ 

ଲଦିଛ ଆପଣ।


କରିବ ସୁଦୟା ହେ 

ପ୍ରଭୁ ଜଗନ୍ନାଥ, 

ଏହି ଅନାଥ ଜନେ 

କରୁ ପ୍ରଣିପାତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy