STORYMIRROR

Dharitri Das

Classics

2  

Dharitri Das

Classics

ବିନାଶ ନିଶ୍ଚୟ

ବିନାଶ ନିଶ୍ଚୟ

1 min
102

ନାରଦ ମୁନିଙ୍କ ବଚନେ

ଚିନ୍ତିଲା ଜଳନ୍ଧର ମନେ।

ଲଭିବ ଶିବଙ୍କର ନାରୀ

ଯେଣୁ ସେ ଅଟଇ ସୁନ୍ଦରୀ।

ଯୁଦ୍ଧରେ ଜିଣି ନ ପାରିଲା

ମାୟାରେ ଶିବ ରୂପ ହେଲା।

ପାର୍ବତୀ ଆଗେ ଉଭା ହୋଇ

ଲଭିବ ବୋଲି ମନେ ଧ୍ୟାଇ।

ରୂପ ଦେଖି ହେଲା ମୂର୍ଚ୍ଛିତ

ପାର୍ବତୀ ହୋଇଲେ ଦୁଃଖିତ।

ଡାକିଲେ ନାରାୟଣ ରଖ

ନୋହିଲେ ପୋଡିଯିବ ମୁଖ।

ପ୍ରଥମେ ମାୟା କଲା ଯେଣୁ

ପରାଭଵ ପାଇଲା ତେଣୁ।

ମାୟା ସହି ନ ପାରି ହରି

ବୃନ୍ଦା ସତୀତ୍ୱ ନାଶ କରି।

ଶିବେ ବଧିଲେ ଜଳନ୍ଧର

ଗଉରୀ ହୋଇଲେ ଉଦ୍ଧାର।

ପାର୍ବତୀଙ୍କ ଡାକ ଶୁଣିଲ

ଦେବତାଙ୍କ ହିତ ସାଧିଲ।

ମାନବ ଉପରେ କପଟ

କାହିଁକି କର ନଟ ଖଟ।

ଦେଖିକି ପାରୁନ ଏ ନାରୀ

ମାୟାରେ ହେଉଅଛି ଘାରି।

ଆଠ ମାସର ଶିଶୁ କଳି

ଦୁଷ୍କର୍ମେ ସେ ପଡୁଛି ବଳି।

କିପରି ଚାଲିବ ସଂସାର

ବଳଶାଳୀ ହେଲେ ଅସୁର।

ଘେନ ନାରୀ ଜାତି ବିନତି

ଦୟାକରି ହେ ଶିରିପତି।

ଦୟାର ସାଗର ଶ୍ରୀହରି

ନାରୀଙ୍କୁ ରଖିବ ଉଦ୍ଧରି।

କୋଟିଏ ଜଳନ୍ଧର ଜନ୍ମ

ନେଲେଣି ଦେଖ ନାରାୟଣ।

ଏଥକୁ ନକଲେ ଉପାୟ

ସୃଷ୍ଟିର ବିନାଶ ନିଶ୍ଚୟ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics