STORYMIRROR

Alekha Pasad Moharana

Inspirational

4  

Alekha Pasad Moharana

Inspirational

ବିନାଶ କାଳେ ବିପରୀତ ବୁଦ୍ଧି

ବିନାଶ କାଳେ ବିପରୀତ ବୁଦ୍ଧି

1 min
325


ଉଦ୍ଧତ ମାନବେ ଉଚ୍ଚ ନୀଚ ଗର୍ବେ

ମାପି ପାରନ୍ତି ନି ଗୁଣୀଜନ 

ହେୟ ଦୃଷ୍ଟି ରଖି ଦେଖାନ୍ତି ଚଲାଖି

ବରି ନିଅନ୍ତି ଅଧଃପତନ।(୧)

ବୁଦ୍ଧି ଜ୍ଞାନ ଶୁନ୍ୟ ବିବେକ ମଳିନ

କେବେ ସୁପ୍ତ ଅବା ହୁଏ ଲୁପ୍ତ

ପାରଗତା ଗୁଣ ସ୍ଥାଣୁତାରେ ପୂର୍ଣ୍ଣ

ଜୀବନର ବାଜି ଅଭିଶପ୍ତ।(୨)

ଅସୁମାରୀ ସ୍ୱପ୍ନ ଅସାର ମଳିନ

ବିଜୟ ଆଶା ଯାଏ ମିଳାଇ

ବିନାଶର ଦୃଶ୍ୟ ଆସଇ ଅବଶ୍ୟ

ପ୍ରଗତି ପଥ ଯାଏ ଧିମେଇ।(୩)

ମରୀଚିକା ପଥେ ଧାଏଁ ଅବିରତ

ଉତ୍ତପ୍ତ ବାଲିରେ ଚାଲି ଚାଲି

ଶୁଖି ଶୁଖି ଝଡେ କଷ୍ଟ ହାଡ଼େ ହାଡ଼େ

କିନ୍ତୁ ଗରବ ପାରେନି ଭୁଲି।(୪)

ଧ୍ୱଂସ ବିଭୀଷିକା ସୃଜେ ଯବନିକା

ଜୀବନେ ଆସେ ପ୍ରଳୟ ଝାଞ୍ଜି

ପାଏ ନାହିଁ କାତ ମିଳେ ନାହିଁ ହାତ

ଜୀବନ ଦୀପ ଜଳେ ମିଞ୍ଜି ମିଞ୍ଜି।(୫)

ଦୈବିଶକ୍ତି ବଳ ଅମାପ ପ୍ରବଳ

ଗରବ ଦମ୍ଭେ ନପାରେ ଜାଣି

ପୁରୁଷାକାରକୁ ଶ୍ରେଷ୍ଠ ବଳ ଭାବି

ସ୍ୱର୍ଗ ଯିବାକୁ ବାନ୍ଧେ ନିଶୁଣୀ।(୬)

ମାନୀ ଦୁର୍ଯ୍ୟୋଧନ କ୍ରୋଧରେ ଅଜ୍ଞାନ

ଚିହ୍ନି ନପାରି ବୀର କିରାତ

ନୀଚ ଅର୍ବାଚିନ ମନରେ ଭାବିଣ

ପ୍ରତ୍ୟାଖ୍ୟାନ କଲା ନିଜ ସର୍ତ୍ତ।(୭)

କିରାତ ର ଶକ୍ତି ଆକଳନେ ମତି

ଭ୍ରମ ହେଲା ତାର ବାରମ୍ବାର

ନିଜର ରାଇଜ ହେଲା ବିଭାଜନ

ଅହମିକା ହେଲା ଶ୍ରେୟ ଯାର।(୮)

ବିଧର୍ମୀ ରାବଣ  ହୁଡ଼ି ଧର୍ମ ପଥ

ହରଣ କରିଲା ମାତା ସୀତା

ବିନାଶର ଗାତ ଖୋଳି ହେଲା ଲୁପ୍ତ

ଲଙ୍କାରେ ଜଳିଲା ଧ୍ୱଂସ ଚିତା।(୯)

ହେ ମାନବ ଜାତି ଭୁଲ ନାହିଁ ନୀତି

ଆଦର୍ଶର କଥା କେବେ ଲବେ

ବିନାଶର କାଳେ ବିପରୀତ ବେଳେ

ହଜିବରେ ବୁଦ୍ଧି ଏହି ଭବେ।(୧୦)



Rate this content
Log in

Similar oriya poem from Inspirational