STORYMIRROR

Satyabati Swain

Romance Tragedy Others

3  

Satyabati Swain

Romance Tragedy Others

ବିମୁଗ୍ଧ ପ୍ରେମିକ

ବିମୁଗ୍ଧ ପ୍ରେମିକ

1 min
179


ତାର ବ୍ୟକ୍ତିତ୍ୱ ଓ ଅସ୍ମିତା

ଚେରୀ ଗଛ ଫୁଲ ପରି

ଭୋର ଆକାଶ ବିଭୋର ତାରାଟେ

ମାଟି ମଗ୍ନ ତା ପାଦ ପୃଥିବୀ

 ଵେଜାଏ ନୀଳ ନିଳିମାରେ।


ତା ଦେହ ଈଷତ ଗୋଲାପି ଗୋଲାପି

ଗାଲେ ଭଅଁର ବେଶ୍ ମାନେ

ହସ ଖିଲି ଖିଲି ବଉଳ ଫୁଲ ବାସ୍ନା

କଥା ମହକେ ପ୍ରଗଳ୍ଭ ପୂର୍ଣ୍ଣମୀ ଜୁଆର

ସରଳ ମାର୍ଜିତ ବେଶ୍ ପରିପାଠୀ।


ସାଧବ ବୋହୂର ରୂପ

ଗର୍ବ,କ୍ରୋଧ ତା ଦୁଆର ମାଡନ୍ତିନି

ସେ ଏମିତି

ଯେମିତି ହୋଇ ପାରେ

ଜଣେ କବିର ପରମା ସୁନ୍ଦରୀ ନାୟିକା

କୁନି କୁନି ପାଦ ଲାଗେ ନାଇଛି ଅଳିତା।


ତାକୁ ଦେଖି

ସାରା ଦୁନିଆଁ ପ୍ରେମ କରେ

ମୁଁ ତ ତୁଛ ମଣିଷଟି

କଫି ଷ୍ଟଲ୍ ର ୱେଟର୍

ମୋତେ ପ୍ରେମ କରିବା ମନା

ପ୍ରେମ କଣ ମନା ମାନେ!

ସେ ପ୍ରତିଦିନ କଫି ପିଇବାକୁ ଆସେ

ତାକୁ ଦେଖି ମୁଁ ବିମୁଗ୍ଧ 

ତୃଷିତ ନୟନ ମୋର

ପରମ ତୃପ୍ତିରେ ନିଶ୍ୱାସ ମାରନ୍ତି

ମୋ ମୁହେଁ ଖୁସି ତମାଳ

ନେସି ହୋଇଯାଏ।


ହଠାତ୍ ଦିନେ

କାର୍ଡ ଟିଏ ହସି ହସି ଦେଲା ମୋତେ

ମୁଁ କ୍ଷଣକ ପାଇଁ

କଫି ଷ୍ଟଲ୍ ଛାଡି ଉଡ଼ିଗଲି ଇନ୍ଦ୍ରପୁରୀ

ସେ ଗଲାପରେ କାର୍ଡ ଦେଖି

ଧାଉଁ କିନା ତଳେ ପଡିଲି କଚାଡି

ମୁଁ ଜାଣିଥିଲି ଏମିତି ତ ହେବ

ତଥାପି ତା ବିବାହ କାର୍ଡ ଧରି

ଥରୁଥିଲି କାହିଁକି??

କାହିଁକି ଆଖିରେ ଲୁହ ମୋ ଟଲ ମଲ ହେଉଥିଲେ??


ଏବଂ ସେବେଠୁ ମୁଁ କଫି ଷ୍ଟଲ ୱେଟର୍

ଜୀବନରେ ଆଉ କେଉଁ ଗରାଖକୁ

ପାଇଁ ନାହିଁ ଭଲ

ସେ କିନ୍ତୁ ବେଳେବେଳେ 

ତା ଜୀବନ ସାଥୀ ସଂଗେ କଫି ପିଇବାକୁ ଆସେ

ସେବେ ସେ ଭଲ ଲାଗୁଥିଲା

ଏବେ ସେ ଆହୁରି ଭଲ ଲାଗେ

ଯେବେ ତା ସାଥୀ ସହ ସେ

ବେଶ୍ ଖୁସି ସତେଜ ସତେଜ ଲାଗେ

ମୁଁ ଈଶ୍ୱରଙ୍କୁ ଡାକେ

ତା ମୁହେଁ ଏମିତି ହସ ଟିକେ

ଥାପିଥାଅ ପ୍ରଭୁ

କାହିଁକି ନା ଏବେ ତା ଅପେକ୍ଷା

ତା ଖୁସିକୁ ମୁଁ ଅଧିକ ଭଲ ପାଏ

କାରଣ

ବିମୁଗ୍ଧ ପ୍ରେମିକଟିଏ ମୁଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance