ବିଜୟିନୀ
ବିଜୟିନୀ
ପ୍ରକୃତିର କୋପେ ଯେବେ ଧରା ବୃଷ୍ଟି ହୀନ,
ଜୀବ ବୃକ୍ଷ ଲତା ସର୍ବେ ମୃତ ପ୍ରାୟ ହୋଇ ଜଳ ହୀନ.
ଶୁଷ୍କ ହୁଏ ଧରଣୀ ଗୁଳ୍ମ ଲତା ଯେତେ ,
ଚାତରେ କିଛି ବୁନ୍ଦା ଜଳ ପାଇଁ ବିକଳ କାକୁତେ.
ମନୁଷ୍ୟ ତ ଶ୍ରେଷ୍ଠ ବୁଦ୍ଧିମାନ
ପ୍ରାଣୀ,
ପରାଜୟ ଭୟେ କେବେ ରହେ ନାହିଁ ପଡି ସେ ଜ୍ଞାନୀ .
ନାରୀ ସେ ତ ସଦା ମଙ୍ଗଳ କାରିଣୀ,
ଜଳ ଅନ୍ୱେଷଣେ ଯାଏ ବହୁ ଦୂର ସେ ମୃଦୁଗାମିନୀ.
କାହିଁ କେତେ ଦୂରେ ଯାଇ ନଦୀ ତୀରେ,
ଭରେ କିଛି ଜଳ ପରିବାର ଲାଗି ରୂପେଲି କୁମ୍ଭରେ .
ତେବେ ହୁଏ ସେ ଆନନ୍ଦେ ବିଭୋର ,
ଗୃହ ମୁଖେ ପଥେ ଚାଲେ ଧରି ଜଳର ସମ୍ଭାର .
ଚାଲୁ ଚାଲୁ ପଥେ ଶୁଷ୍କ ଗୁଳ୍ମ କଣ୍ଟା କରାଇ ମାଗୁଣି ,
ପଦ ସ୍ପର୍ଶ କରି ଭିକ୍ଷା କରେ କିଛି ବୁନ୍ଦା ପାଣି .
କରୁଣାମୟୀ ସେ ବୁଝି ତାର କଷ୍ଟ ,
କିଛି ଜଳ ଦାନ କରେ ନ ହୋଇ ରୁଷ୍ଟ .
ମୃଦୁ ହସି ସାନ୍ତ୍ୱନା ସେ ଦିଅଇ ,
ପ୍ରକୃତି କୋପୁ କିଛି ପ୍ରାଣୀଙ୍କୁ ରକ୍ଷା କରଇ.
ବିଜୟିନୀ ସେ ସର୍ବ ମଙ୍ଗଳକାରିଣୀ,
ତା କର୍ମ ବଳେ ଉଲ୍ଲସିତ ହୁଏ ସର୍ବ ପ୍ରାଣୀ .