STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ବିଜୁଳି ନଥିବା ରାତିଟିଏ

ବିଜୁଳି ନଥିବା ରାତିଟିଏ

1 min
203


ରାତି ଥାଏ ସତ 

କିନ୍ତୁ ବିଛଣା ସହ କଟି ପଡିଯାଇଥାଏ,

ଗୁମସୁମ ପବନକୁ ସତେ ଯେମିତି

କେହି କିଛି କହିଦେଲା ପରି ରୂଷି ବସିଥାଏ। 


ଚାଖୁଣ୍ଡା ଗଛଟା ବେଶ ବିଶ୍ରାମ ନେଉଥାଏ

ଶୋଷ ସବୁ ଦେହରେ ମାରିଦେଲା ପରେ,

ପତ୍ରମାନେ ସ୍ତବ୍ଧ ଓ ମୁକ ପାଲଟି ଯାଇଥାନ୍ତି

ଏ ପର୍ଯ୍ୟନ୍ତ ସେ ଦେହଜଳା ତତଲା ଝାଞ୍ଜିରେ। 


ବୋଲ ମାନୁ ନଥାନ୍ତି ଦେହର ସ୍ବେଦ ବୁନ୍ଦା ସବୁ

ତାଳୁରୁ ତଳିପା ଯାଏଁ ଚାଲିଥାଏ ନିର୍ବିଘ୍ନ ପ୍ରବାହ,

ହତୋତ୍ସାହ ହାତପଙ୍ଖାର ସାମାନ୍ୟ ବିରତିରେ

ଅତିଷ୍ଠ ହୋଇପଡ଼େ ଦେହଟାର ତୀବ୍ର ଅନ୍ତର୍ଦାହ। 


ଆକାଶଠୁ ଆଶା କରି ଶୀତଳତା ଟିକେ

ମିଳେ ଯାହା ବେନାମୀ ଚିଠିଟେ ତୁଛା ଠକାମୀର

ମିଛି ମିଛିକା କେଇ ଖଣ୍ଡ ବାଦଲର ବିଦ୍ରୁପ ଶୁଭେ

ଜହ୍ନ ସାଜେ ସବୁଦିନ ପରି ନିରୁପାୟ ଓ ନାଚାର। 


ଦାଉ ସାଧେ ବିଜୁଳି, ଆଖି ଦୁଇ କ୍ଳାନ୍ତ ହେବା ଦେଖି

ସ୍ୱପ୍ନ ବା ଆସିବ କାହୁଁ ନିଦ ଲୁଚେ ଶୁଖିଲା ଶାଖାରେ

କୋଳାହଳ କରି ଶ୍ବାନ ଦଳେ କରନ୍ତି ନିଶାପ

କେଉଁଠି ବା ଦେହ ଜଳେ ନିଆଁ ଲାଗେ କେଉଁଠି ମନରେ। 


ଶତ୍ରୁ ସାଜି ମଶା କିଛି ରଚନ୍ତି ଦଳବଦ୍ଧ ଆକ୍ରମଣ

ଚମକି ଉଠେ ରାତି ପେଚାଟିର ଖୁଜୁବୁଜୁ ଶୁଣି

ଏମିତି କେବେ ନିଦ ଆସି ଅଜାଣତେ ଲୋଟିପଡ଼େ କାନ୍ଧେ

ଭିଜା ବିଛଣାରେ ରାତି ପାହେ ଖରାମିଶା ଛୁଆଁ ଟିକେ ଟାଣି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract