STORYMIRROR

Prasanna Kumar Das

Abstract

3  

Prasanna Kumar Das

Abstract

ବିଜନତା

ବିଜନତା

1 min
212

ସାଗର ଲହରୀ ଉଛୃଖଂଳ ଆଜି

ନିରେଖି ପୁନେଇ ଜହ୍ନ।

ବିଜନ ଵେଳାରେ ତୁମ ଚନ୍ଦ୍ରମୁଖ 

ରହି ରହି ପଡେ ମନ ।।


ଆକାଶର ଚାନ୍ଦ ତୁମ ମୁଖଚନ୍ଦ୍ର

ଉପମେୟ ନୁହେଁ ସାଥୀ,

ତୋ ମୁଖ ଲାବଣ୍ୟ ସରି କାହୁଁ ହେବ

ତା ଠାରେ କଳଙ୍କ ଅଛି ।।


ବିରହୀ ବେଦନା ବଢାଏ ଚନ୍ଦ୍ରମା

ଦେଖ କାନ୍ଦୁଛି ଚକୋରୀ ।

କମଳ ବିଷାଦେ ହେଲେ ସଂକୁଚିତ

ସୁଧାଂଶୁ କର ନିହାରି ।।


ରଜନୀର ଗତେ ଅରୁଣ ଆଗତେ 

ଜହ୍ନ ହୁଏ ତେଜହୀନ ।

ତୁମ ମୁଖ ଦେଖେ ଦିବାନିଶି ଯେବେ

ଦିଶେ ସଦା ତେଜୀୟାନ।।


ଜହ୍ନ ଉପମାନ ହେବ କି ଭାଜନ

କିଆଁ ତୁଳନା କରିବି।

କବି କୋବିଦଙ୍କ ସମାଜେ ଅନ୍ୟଥା

କୁକବି ଆଖ୍ୟା ପାଇବି।।


ସୁନ୍ଦରତା କିବା ହେଲା ମୂର୍ତ୍ତିମାନ

ତୋ ରୂପ ପସରା ହୋଇ।

ଅପରୂପଶିରୀ ବର୍ଣ୍ଣବି କିପରି

ମାନସେ ମୋ ଶବ୍ଦ ନାହିଁ।।


ଘଡି ଘଡି ମନ ହେଉଛି ଉଛନ୍ନ

ତୁମ ବାଟ ଚାହିଁ ଚାହିଁ ।

ଅଭିସାର ଅଭିଳାଷର ଅପେକ୍ଷା

ଜାଣିଥିବ କଷ୍ଟଦାୟୀ।।


ବେଳା ବିଜନତା ମୋ ମନ ଶୂନ୍ୟତା

କର ସଖୀ ଆସି ଦୂର।

ବିଜନ ବେଳାରେ ତୁମେ ହେବ ରତି

ମୁଁ ମୀନକେତନ ତୋର।।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract