STORYMIRROR

Rajendra Bishoyi

Tragedy

3  

Rajendra Bishoyi

Tragedy

ବିଜନତା

ବିଜନତା

1 min
320

ଏମିତି ବି ସମୟ ଆସିଛି

ଏତେ ଜଳ ଥାଇ ବି ସାଗରେ

ଟୋପାଏ ତ ମିଠା ଜଳ ପାଇଁ

ଆକାଶକୁ ଚାହିଁଛି ଶାମୁକା

ଆଦ୍ୟ ବର୍ଷା ପହିଲି ବିନ୍ଦୁକୁ

ହୃଦେ ନେଇ ମୁକ୍ତା କରିବାକୁ ।

ଜାଣେନା ସେ ନିର୍ବୋଧ ଶାମୁକା -

କାହା ଅଭିଶାପେ 

ଏ ସାଗର ଜଳ ଏତେ ଲୁଣି ?

ତେଣୁ ରହି ବିଜନ ବେଳାରେ 

ଚାହିଁଛି ପହିଲି ଛୁଆଁ ସାଥୀ ଆକାଶର

କାହିଁକିନା 

ସାଗରେ ଥାଇ ବି ଶାମୁକା 

ଲୁଚିଲୁଚି ଭଲପାଏ ଦୂର ଆକାଶକୁ

ତେଣୁ, 

ଆଜି ବିଜନ ବେଳାରେ 

ସୁପ୍ତ ବାଲି ପାଦେ ଚୁମି ଚୁମି

ଅପେକ୍ଷା କରିଛି ସେହି ମଧୁ ମୁହୂର୍ତ୍ତକୁ

ଧାଇଁ ଆସେ ଉର୍ମିମାଳା ନୀଳ ପୁଷ୍ପ ଧରି

ଜଣାଇବାକୁ ସଧିରେ ଅଜସ୍ରାଭିନନ୍ଦନ

କିନ୍ତୁ ସେହି ବିଜନତା କୋଳେ

ନିରବି ଯାଇଛି ଶାମୁକା 

ସାଗରର ବିସ୍ତୀର୍ଣ୍ଣ ବାଲୁକା ଶେଯରେ ।।


Rate this content
Log in

Similar oriya poem from Tragedy