ବିଜନତା
ବିଜନତା
ରାତ୍ରି ର ଘନ ଅନ୍ଧାର ରେ
ଚାରିଆଡେ ନିସ୍ତବ୍ଧ ଥିଲାବେଳେ
ସେହି ବିଜନତା କୁ ଭାଙ୍ଗି
ମଝିରେ ମଝିରେ ଅଶାନ୍ତ
ସମୁଦ୍ର ଢେ଼ଉ ସବୁ ମଥା ପିଟି
ବାଲୁକା ଶଯ୍ୟା ରେ ବାରମ୍ବାର
ଫେରି ଯାଉଥିଲେ ଅଭିମାନ ରେ
କାହାପାଇଁ ତାଙ୍କ ର ଏ ପ୍ରତୀକ୍ଷା ??
ବାରମ୍ବାର କୂଳକୁ ଛୁଇଁ ଯିବା ର ବାହାନା ।
ଅଶାନ୍ତ ସେହି ସମୁଦ୍ର ହିଁ
ମୋ ବିଜନ ବେଳା ର ସାକ୍ଷୀ
ତା ବାଲି ରେ ମଥା ରଖି ଢେଉ ଗଣୁ ଗଣୁ
ତମ ସ୍ମୃତି କୁ ସାଉଁଟି ଯାଏ
ଖୋଜି ବସେ ବେଳାଭୂମି ରେ
ସେଦିନ ତୋଳି ଥିବା
ଆମ ସ୍ଵପ୍ନ ର ବାଲିଘର
ତାକୁ ଗଢି ସାରି ତମେ
କାନ ରେ ତ ଫିସ୍ ଫିସ କହିଥିଲ
"ଦେଖ ଆମ ଘର ", ନିରୋଳା ରେ
ସମସ୍ତଙ୍କ ଅଗୋଚର ରେ
ଏମିତି ଘରେ ହାତ ଛନ୍ଦା ଛନ୍ଦି ହୋଇ
ଆମେ କାଟି ଦେବା ଆମ ବାକି ମୁହୂର୍ତ୍ତ ।
ଦିନେ ଯେଉଁଠି ଅୟୁତ ସ୍ଵପ୍ନ
ଅଳସ ଆଖିରେ ପିଟି ହେଉଥିଲା
ଆଜି ସେଠି ହା ହା କାର
ତମେ ନାହଁ କି ସେ ବାଲିଘର ନାହିଁ
ନାହିଁ ବି ବାଲୁକା ଶଯ୍ୟା ରେ
ତୁମ ହଳଦୀ ମଖା ପାଦର ଚିହ୍ନ
ଏବେ ଏଇ ବିଜନତା ମୋ ସାଥୀ
ତମେ ଯେଉଁ ଦିନ ଫେରି ଯାଇଥିଲ
ବଢେଇଥିବା ହାତକୁ ମୋ ହାତରୁ
ଖସେଇନେଇ ନୀମିଷକେ ପର କରିଦେଲ
ଗୋଟିଏ ମୁହୂର୍ତ୍ତ ରେ,
ଆଉ କାହା ନାମରେ
ସିନ୍ଥିରେ ସିନ୍ଦୂର ସଜେଇ
ବଧୂ ବେଶ ସାଜି ଚାଲି ଗଲ
ମୋତେ ଭୁଲି ଯିବା କୁ ରାଣ ଦେଇ
ସେ ଦିନ ଠାରୁ ମୁଁ ଏମିତି
ବିତେଇ ଦେଉଚି ମୋ
ଉଦାସୀ ମୁହୂର୍ତ୍ତ ଗୁଡା ଏକା ଏକା
ତୁମକୁ ଭୁଲିବା ପାଇଁ ନୁହେଁ
ବରଂ ତମକୁ ମୋ ଭିତରେ
ସାଇତି ରଖିବାକୁ ।