STORYMIRROR

Nrusingha Narayan Tripathy

Classics Inspirational Others

4  

Nrusingha Narayan Tripathy

Classics Inspirational Others

ବୀର ସୁବାଷ

ବୀର ସୁବାଷ

1 min
260


ରକ୍ତ ଦିଅ ମୋତେ ସ୍ୱାଧୀନତା ଦେବି

    ଡାକ ତାଙ୍କ ବୀରତ୍ୱର

ଦେଶ ମାତୃକାର ସେବା ଭକ୍ତି ଭାବ

    କଲା ତାଙ୍କୁ ମହାନର l


ଡାକ ଦିଲ୍ଲୀ ଚଲୋ ଜୟ ହିନ୍ଦ ଜୟ

    ସୃଷ୍ଟି କରେ ଜାଗରଣ

ନିର୍ଭିକ ବ୍ୟକ୍ତିତ୍ୱ ଦେଖାଇ କୃତିତ୍ୱ

    କରୁଥିଲେ ସଚେତନ l


ସ୍ୱାଧୀନ ଚେତନା ମୁକ୍ତିର କାମନା

    ଥିଲ ରଥୀ ବିପ୍ଳବର 

 ଝାସିଲେ ସଂଗ୍ରାମେ ବିଦ୍ରୋହ କାରଣେ

     ବନ୍ଦୀ କଲା ବ୍ରିଟିଶର l


ଛଦ୍ମରେ ଛାଡିଲ ବିଦେଶ କୁ ଗଲ

    ଯୁଦ୍ଧବନ୍ଦୀ ଏକ କଲ

ଆଜାଦ ହିନ୍ଦର ନେତୃତ୍ୱ ନେଇକି

    ଜୟ ହିନ୍ଦ ନାରା ଦେଲ ।


ସ୍ୱାଧୀନ ଭାରତ କରିଲ ଘୋଷଣା

    ଅଭିଯାନ ଦିଲ୍ଲୀ ଚାଲ 

ଜାତୀୟ ପତକା ଉଡ଼ାଇ ଦେଶରେ

     ଜାତୀୟତା ଦର୍ଶାଇଲ l


କୋଟି ଜନତାର ଥିଲ ତୁମେ ନେତା

     ସ୍ୱାଭିମାନୀ ଦେଶ ଭକ୍ତ 

 କହେ ହିଟଲର  ସୁବାଷ ବିଶ୍ୱର

     ଅଟେ ନେତାଜୀ ପ୍ରକୃତ l


କଟକ ସହର ଓଡ଼ିଆ ବଜାର

    ନେତାଜୀଙ୍କ ଜନ୍ମସ୍ଥାନ

ଓଡିଶା ଗର୍ବିତ ପାଇ ବରପୁତ୍ର

    ସୁବାଷ ଦେଶର ମାନ l



Rate this content
Log in

Similar oriya poem from Classics