ବୀର କଳିଙ୍ଗ
ବୀର କଳିଙ୍ଗ
ବୀର କଳିଙ୍ଗର ବିରାନାରୀ ତୁମେ
ବିଜୟ ମୁକୁଟ ପିନ୍ଧି
ସର୍ବ ଭାରତୀୟ ଦ୍ୱାରରେ ଆଜି
ଲଗାଇ ଦେଇଛ ବାଜି
ପୁର ପଲ୍ଲୀ ମାଟି ମାର ସନ୍ତାନ
ହାତେ ଅର୍ଘ୍ୟଥାଳି ନେଇ
କରୁଛି ବନ୍ଦନା ମାଟି ମାର ମୋ
ବିଜୟ ସଂଗୀତ ଗାଇ
ଏଇ ମାଟି ପରେ କେତେକେତେ ବୀର
ଭୁମିରେ ପଡିଲେ ଶୋଇ
ଛାତି ପତାଇଲେ ଶହୀଦ ହୋଇଲେ
ମୋର ମାଟି ମା ପାଇଁ
ଶୁଣିଥାଅ ଥରେ ଧର୍ମପଦ କଥା
ଇତିହାସ ମୋଦେଶର
ଭଗ୍ନ କୋଣାର୍କ ଗାଉ ଅଛି ଆଜି
ଶୁଣିଯାଅ ବାରବାର
ଇରେଜ ବିରୁଦ୍ଧେ ବାଜିରାଉତର
କଥାଟିକେ ଶୁଣାଇବ
ଏଇମାଟି ପୁଅ ସୁଭାଷ ବୋଷ
ଆମ ଗର୍ବ ଗୌରବ
ମାଟିକି ସନମାନ ମାକୁ ସନମାନ
ଏଇ ମାଟି ଶିଖାଇଛି
ଶତ୍ରୁକୁ ନ ଡରି କର ଅବା ମର
କୌଶଳ ଶିଖାଇଛି
ଏହିଠାରେ ଅଛି ପଦ୍ମବନ ପୁଣି
ପଞ୍ଚସଖାଙ୍କର ପୀଠ
ଧର୍ମର ପ୍ରଦୀପ ଜାଳି ଦେଇଛନ୍ତି
ଦେଖାଇ ସତ୍ୟର ବାଟ
କହିଦେବ ଅପା ପିତା ଜଗନ୍ନାଥ
ମାତା ବରୁଣ ନନ୍ଦିନୀ
ସାରା ସଂସାରର ପଡିଦାତା ସିଏ
ମା ମୋ ଜଗତଜନନୀ
ସେ ମାଟିର ଝିଅ ବିଶ୍ୱ ଦୁଆରେ
ଦେଉଛି ଅଗ୍ନି ପରୀକ୍ଷା
ସାହା ହୋଇ ଥାଅ ଜଗତରନାଥ
ଆଉକେ କରିବ ରକ୍ଷା
ଆଗରେ ପଛରେ ରହିଥିବ ପ୍ରଭୁ
ଚକ୍ର ଆଢୁଆଳ କରି
ବିଜୟ ପତାକା ଉଡୁଥାଉ ତୁମ
କୁଶଳେ ଆସନ୍ତୁ ଫେରି ।।
