STORYMIRROR

Pravatirani Mohanty

Abstract Inspirational

4  

Pravatirani Mohanty

Abstract Inspirational

ବୀର କଳିଙ୍ଗ

ବୀର କଳିଙ୍ଗ

1 min
305


ବୀର କଳିଙ୍ଗର ବିରାନାରୀ ତୁମେ

ବିଜୟ ମୁକୁଟ ପିନ୍ଧି 

ସର୍ବ ଭାରତୀୟ ଦ୍ୱାରରେ ଆଜି

ଲଗାଇ ଦେଇଛ ବାଜି

ପୁର ପଲ୍ଲୀ ମାଟି ମାର ସନ୍ତାନ

ହାତେ ଅର୍ଘ୍ୟଥାଳି ନେଇ 

କରୁଛି ବନ୍ଦନା ମାଟି ମାର ମୋ 

ବିଜୟ ସଂଗୀତ ଗାଇ

ଏଇ ମାଟି ପରେ କେତେକେତେ ବୀର

ଭୁମିରେ ପଡିଲେ ଶୋଇ 

ଛାତି ପତାଇଲେ ଶହୀଦ ହୋଇଲେ

ମୋର ମାଟି ମା ପାଇଁ

ଶୁଣିଥାଅ ଥରେ ଧର୍ମପଦ କଥା

 ଇତିହାସ ମୋଦେଶର 

ଭଗ୍ନ କୋଣାର୍କ ଗାଉ ଅଛି ଆଜି

ଶୁଣିଯାଅ ବାରବାର

ଇରେଜ ବିରୁଦ୍ଧେ ବାଜିରାଉତର

କଥାଟିକେ ଶୁଣାଇବ

ଏଇମାଟି ପୁଅ ସୁଭାଷ ବୋଷ

ଆମ ଗର୍ବ ଗୌରବ

ମାଟିକି ସନମାନ ମାକୁ ସନମାନ

ଏଇ ମାଟି ଶିଖାଇଛି

ଶତ୍ରୁକୁ ନ ଡରି କର ଅବା ମର

କୌଶଳ ଶିଖାଇଛି

ଏହିଠାରେ ଅଛି ପଦ୍ମବନ ପୁଣି 

ପଞ୍ଚସଖାଙ୍କର ପୀଠ

ଧର୍ମର ପ୍ରଦୀପ ଜାଳି ଦେଇଛନ୍ତି

ଦେଖାଇ ସତ୍ୟର ବାଟ

କହିଦେବ ଅପା ପିତା ଜଗନ୍ନାଥ

ମାତା ବରୁଣ ନନ୍ଦିନୀ

ସାରା ସଂସାରର ପଡିଦାତା ସିଏ

ମା ମୋ ଜଗତଜନନୀ

ସେ ମାଟିର ଝିଅ ବିଶ୍ୱ ଦୁଆରେ

ଦେଉଛି ଅଗ୍ନି ପରୀକ୍ଷା

ସାହା ହୋଇ ଥାଅ ଜଗତରନାଥ 

ଆଉକେ କରିବ ରକ୍ଷା

ଆଗରେ ପଛରେ ରହିଥିବ ପ୍ରଭୁ

ଚକ୍ର ଆଢୁଆଳ କରି

ବିଜୟ ପତାକା ଉଡୁଥାଉ ତୁମ

କୁଶଳେ ଆସନ୍ତୁ ଫେରି ।।


Rate this content
Log in

Similar oriya poem from Abstract