STORYMIRROR

rasmi maye pati

Inspirational

4  

rasmi maye pati

Inspirational

ବୀଭତ୍ସ ସ୍ଵାଧୀନତା

ବୀଭତ୍ସ ସ୍ଵାଧୀନତା

1 min
18


ଦିନ,ମାସ,ବର୍ଷ ଗଡ଼ି ଚାଲିଲା 

ତେସ୍ତରୀ ବର୍ଷ ହେଲା

କି ସ୍ୱାଧୀନତା ଦେଶକୁ ମିଳିଲା

ଅର୍ଥ ବୁଝି ନ ହେଲା ୧

କାହିଁ ହଜିଗଲ ହେ ମହାନାୟକ

ଅୟୁତ ଦଣ୍ଡବତ

ଲହୁ ଲୁହ ଢାଳି ଦେଲ ବଳିଦାନ

ସ୍ୱାଧୀନ କଲ ଭାରତ ୨

କି ବୀଜ ବୁଣିଲ ହେ ମହାପୁରୁଷ

କି ଥିଲା ବିଜୟ ମନ୍ତ୍ର

ଆସ ଥରେ ଫେରି ଏ ମର୍ତ୍ତ୍ୟ ଭୂମିକୁ

ହୁଏ କଣ ଅଙ୍କୁରିତ ୩

ଛାଡ଼ି ଚାଲି ଗଲ ଏ ଧରା ଧାମରେ

ସୁବର୍ଣ୍ଣର ପଦଚିହ୍ନ

ଅରାଜକତାର ପଟୁ ମାଡ଼ିଗଲା 

ଧୋଇଲା ସବୁ ସୁବର୍ଣ୍ଣ ୪

ଅଶାନ୍ତିର ପ୍ରଜା ଘେରିଲେ ଏଠାରେ

ଅଧର୍ମ ତ ଏଠି ରାଜା

ପାପ,ପ୍ରବଞ୍ଚନା ଲାଠି ହାତେ ଧରି

ପାଳନ୍ତି ଏଠି ଜନତା ୫

ସାତ ବରଷରୁ ସତୁରୀ ପର୍ଯ୍ୟନ୍ତ

ନାରୀକୁ ଏଠି ବିପଦ

ବିଭତ୍ସ ହୋଇଛି ସ୍ଵାଧୀନତା ଅର୍ଥ

ଧନ୍ୟ ଏଠି ପ୍ରଶାସକ ୬

ହଣା, ମରା ଆଉ ଲୁଟେରା ବ୍ୟାପିଲେ 

ଶ୍ୱାନ ଶୃଗାଳଙ୍କ ପରି

ବଞ୍ଚିବା ଟା ଏଠି ଅତ୍ୟନ୍ତ ଦୁଃସହ

ଦିନ ସରେ ଡରି ଡରି ୭ 

ଫିରିଙ୍ଗି ଶାସକ ଔ୍ୟଦ୍ଧତ୍ୟକୁ ତୁମେ 

ଦୃଢ଼ ହସ୍ତରେ ଦମନ

ଆପଣା ଦେଶରେ ଅଶାନ୍ତି ବଢ଼ିଲେ

କରିବ କିଏ ଖଣ୍ଡନ ୮

ମାଟି ମା ଦିନେ ଗର୍ବ କରୁଥିଲା 

ଥିଲେ ଯେ ବୀର ସନ୍ତାନ

ପାପ,ଦୁର୍ନୀତି ଓ ନାରୀ ଧର୍ଷଣ

ଆଜିର ଗେହ୍ଲା ସନ୍ତାନ ୯

ବିଦେଶୀ ଦ୍ରବ୍ୟକୁ ବର୍ଜିତ କଲ

ଧନ୍ୟ ତୁମ ଦେଶ ଭକ୍ତି

ଆଜି ଆମ ଦେଶ ଭକ୍ତି ଭିନ୍ନ ଅଟେ

ଚାଇନା ମାଲରେ ଭର୍ତ୍ତି ୧୦

କୁଟି ଖାଇ କରି କାଟି ପିନ୍ଧିବାକୁ

ଦେଇ ତ ଥିଲ ଆହ୍ୱାନ

ବିଦେଶୀ ପୋଷାକ ନ ହେଲେ ନ ଚଳେ 

ଆଜି ପିଜା ବର୍ଗରରେ ମନ ୧୧

ଏହିପରି ସବୁ କୁଳବୁଡା ନୀତି 

ଯେତେଦିନ ଚାଲିଥିବ

ଧ୍ଵଂସର ଦ୍ଵାର ଦେଶରେ ଭାରତ 

ସୁନିଶ୍ଚିତ ପାଦ ଦେବ ୧୨

ଦୈବ ଦୁର୍ବିପାକ ମହାମାରୀ ବ୍ୟାଧି

ଆମକୁ ଗୋଡାଉଥିବେ

ତ୍ରାହି ତ୍ରାହି ବୋଲି ଚିତ୍କାର ଛାଡ଼ିବେ

ପଥଭ୍ରଷ୍ଟ ହେଉଥିବେ ୧୩

ଏଇ ଆଜି ଆମ ସ୍ୱାଧୀନତା ଅର୍ଥ

ହୋଇ ଯାଇଛି ବୀଭତ୍ସ

ମନେ ପଡେ ତୁମ ଅମ୍ଳାନ ପ୍ରତିଭା

ହେ ପୂଜ୍ୟ ମହାପୁରୁଷ ୧୪



Rate this content
Log in

Similar oriya poem from Inspirational