ବିହି କାହିଁକି ଆମକୁ ଗଢ଼ିଛି
ବିହି କାହିଁକି ଆମକୁ ଗଢ଼ିଛି
କ୍ଷୀଣ ଭଙ୍ଗୁର ଜୀବନରେ ବୟସ
ମୋହର ଗଡୁଛି
ଆଗକୁ ଯିବାକୁ ନୂତନ ସ୍ପନ୍ଦନ ନେଇ
ଆଜି ଭାବୁଛି ।
ଜଟିଳ ପ୍ରଶ୍ନ ମୋତେ ଘାରିଛି, ବିହି
କାହିଁକି ଆମକୁ ଗଢ଼ିଛି
ମନେ ଆଶେ ଯେଉଁ ସରଳ ଭାବନା,
ଉତ୍ତର ଦେଉଛି ।
ଜୀବନର ଅଙ୍କ ଖାତାରେ ଥିବା ସମସ୍ତ
ମିଶାଣ ଗୁଣନ
ଫେଡ଼ାଣ ହରଣ ଭାବନା ସମୂହ କଅଣ
ସତରେ ମୂଲ୍ୟହୀନ ।
ଚିରିଦେବାକି ଇତିହାସରେ ଘଟିଥିବା
ଘଟଣା ଫର୍ଦ୍ଦ ସବୁକୁ?
କେବେ କେବେ ଭୁଲ ଭାଲ ଅଦରକାରୀ
ଘଟଣା ସମୂହକୁ ।
ଏ ମାଟି ଦେଖିଛି ଶାନ୍ତ ସରଳ ସୁଗୁଣ
ସମ୍ପନ୍ନ ବହୁ ମଣିଷଂକୁ
ଦେଖିଛି କୁତ୍ସିତ ନିରୀହର ସର୍ବସ୍ବ ଲୁଟି
ନେଉ ଥିବା ରାକ୍ଷସଂକୁ ।
ସୃଷ୍ଟ ହୋଇଛି ଅତି ଭୟଙ୍କର ମହା
ବାତ୍ୟାର କେତେ ବିଭୀଷିକା
ସେଇ ଅଲିଭା ଅକୁହା ହୃଦୟ ବିଦାରକ
ଦୁଃଖ ସମୂହର ଶିଖା ।
ମଣିଷ ବିତେଇଛି ଜୀବନ, ଶାନ୍ତି ପ୍ରୀତି
ମୁକ୍ତ ପକ୍ଷୀଟିଏ ପରି
ମାୟା ଲାଳସା ଯୁକ୍ତ ଅସହାୟ ହୋଇ,
ବନ୍ଦୀ ପକ୍ଷୀଟିଏ ପରି ।
କ୍ଷୁଦ୍ର ଜୀବ ମୁହିଁ ବିନତିରେ ନିଜର ମଥାକୁ
ସମସ୍ତଂକ ପାଖେ ନୁଆଁଏ
ମାୟା ସାରା ଜଗତଟା ତାହା ଭିତରେ
ମୁଁ ତ ନାଟୁଆଟିଏ ।
ବିବେକ, ବିଦ୍ୟା, ବୁଦ୍ଧି, ଜ୍ଞାନ ଭାବନା
ଅଛି ପରା ଆମର
ଦେଖାଇ ପାରିବାନି କି ସତରେ କର୍ମ
ଆମ ଗୁଣ ଗାରିମାର ।
ଓଡିଆ ମାଟିର ପୁଅ ଥିଲା, ନାମ ତାର
ଥିଲା ଧରମା
ନିଜ ସ୍ୱାର୍ଥ ଛାଡି ବାରଶ ବଢେଇ ଜୀବନ
ରଖିଲା, ଦେଖାଇଲା ଗାରିମା ।
ସ୍ୱାଧୀନତା ଚେତନା ଶକ୍ତିରେ ମୋ ମାଟିର
ବାର ବରଷର ବାଜି ରାଉତ
ଜୀବନ ଦେଲା ହସି ହସି ନହୋଇ ଇଂରେଜ
ଗୁଳିରେ ସେ ଭୟଭୀତ ।
ମାଟିର ପୁଅ ପଠାଣି ସାମନ୍ତ ବାଉଁଶ
କାଠିରେ ସରଗ ମାପିଛି
ସିନ୍ଧାନ୍ତ ଦର୍ପଣ ଲେଖି, ଦୂନିଆ ଆଗରେ
ଜାତିକୁ ପ୍ରତିଷ୍ଠା କରିଛି ।
ଏ ମାଟିର ପୁଅ ଜୟୀ ରାଜଗୁରୁ ବକ୍ସି
ଜଗବନ୍ଧୁ ଫିରିଙ୍ଗି ଆଗରେ
ଜୀବନକୁ ଦେଇ, କୀର୍ତ୍ତି ରଖିଛନ୍ତି ଦେଶପାଇଁ
ଠିଆହୋଇ ଅଚଳ ମେରୁ ଭାବରେ ।
ଶପଥ କରିବା ଛାତି ଫୁଲେଇ ଆମ ଦେଶର
ତ୍ରିରଂଗା ବାନାକୁ ଚାହିଁ
ଆମେ ସବୁ ତାଙ୍କ ଦାୟାଦ, କେବେ ପଛ ଘୁଞ୍ଚା
ଦେବା ନାହିଁ ।
ଆମେ ସବୁ ତାଙ୍କ ଔରସୁ ଜାତ, ରଖିବା
ଜାତିର ଟେକ
ଉଡ଼ିବା ଶାନ୍ତି ଅହିଂସା ନିଶାରେ, ପାଇବା
ଲୋଭନୀୟ ଶାନ୍ତି ଅନେକ ।
