STORYMIRROR

Chittaranjan Nanda

Classics

4  

Chittaranjan Nanda

Classics

ବିହି କାହିଁକି ଆମକୁ ଗଢ଼ିଛି

ବିହି କାହିଁକି ଆମକୁ ଗଢ଼ିଛି

1 min
107


କ୍ଷୀଣ ଭଙ୍ଗୁର ଜୀବନରେ ବୟସ 

ମୋହର ଗଡୁଛି

ଆଗକୁ ଯିବାକୁ ନୂତନ ସ୍ପନ୍ଦନ ନେଇ 

ଆଜି ଭାବୁଛି ।


ଜଟିଳ ପ୍ରଶ୍ନ ମୋତେ ଘାରିଛି, ବିହି 

କାହିଁକି ଆମକୁ ଗଢ଼ିଛି

ମନେ ଆଶେ ଯେଉଁ ସରଳ ଭାବନା,

ଉତ୍ତର ଦେଉଛି ।


ଜୀବନର ଅଙ୍କ ଖାତାରେ ଥିବା ସମସ୍ତ

ମିଶାଣ ଗୁଣନ 

ଫେଡ଼ାଣ ହରଣ ଭାବନା ସମୂହ କଅଣ

ସତରେ ମୂଲ୍ୟହୀନ ।


ଚିରିଦେବାକି ଇତିହାସରେ ଘଟିଥିବା

ଘଟଣା ଫର୍ଦ୍ଦ ସବୁକୁ?

କେବେ କେବେ ଭୁଲ ଭାଲ ଅଦରକାରୀ

ଘଟଣା ସମୂହକୁ ।


ଏ ମାଟି ଦେଖିଛି ଶାନ୍ତ ସରଳ ସୁଗୁଣ 

ସମ୍ପନ୍ନ ବହୁ ମଣିଷଂକୁ

ଦେଖିଛି କୁତ୍ସିତ ନିରୀହର ସର୍ବସ୍ବ ଲୁଟି 

ନେଉ ଥିବା ରାକ୍ଷସଂକୁ ।


ସୃଷ୍ଟ ହୋଇଛି ଅତି ଭୟଙ୍କର ମହା 

ବାତ୍ୟାର କେତେ ବିଭୀଷିକା

ସେଇ ଅଲିଭା ଅକୁହା ହୃଦୟ ବିଦାରକ 

ଦୁଃଖ ସମୂହର ଶିଖା ।


ମଣିଷ ବିତେଇଛି ଜୀବନ, ଶାନ୍ତି ପ୍ରୀତି 

ମୁକ୍ତ ପକ୍ଷୀଟିଏ ପରି

ମାୟା ଲାଳସା ଯୁକ୍ତ ଅସହାୟ ହୋଇ,

ବନ୍ଦୀ ପକ୍ଷୀଟିଏ ପରି ।


କ୍ଷୁଦ୍ର ଜୀବ ମୁହିଁ ବିନତିରେ ନିଜର ମଥାକୁ

ସମସ୍ତଂକ ପାଖେ ନୁଆଁଏ 

ମାୟା ସାରା ଜଗତଟା ତାହା ଭିତରେ 

ମୁଁ ତ ନାଟୁଆଟିଏ ।


ବିବେକ, ବିଦ୍ୟା, ବୁଦ୍ଧି, ଜ୍ଞାନ ଭାବନା

ଅଛି ପରା ଆମର

ଦେଖାଇ ପାରିବାନି କି ସତରେ କର୍ମ 

ଆମ ଗୁଣ ଗାରିମାର ।


ଓଡିଆ ମାଟିର ପୁଅ ଥିଲା, ନାମ ତାର 

ଥିଲା ଧରମା

ନିଜ ସ୍ୱାର୍ଥ ଛାଡି ବାରଶ ବଢେଇ ଜୀବନ

ରଖିଲା, ଦେଖାଇଲା ଗାରିମା ।


ସ୍ୱାଧୀନତା ଚେତନା ଶକ୍ତିରେ ମୋ ମାଟିର 

ବାର ବରଷର ବାଜି ରାଉତ

ଜୀବନ ଦେଲା ହସି ହସି ନହୋଇ ଇଂରେଜ 

ଗୁଳିରେ ସେ ଭୟଭୀତ ।


ମାଟିର ପୁଅ ପଠାଣି ସାମନ୍ତ ବାଉଁଶ 

କାଠିରେ ସରଗ ମାପିଛି 

ସିନ୍ଧାନ୍ତ ଦର୍ପଣ ଲେଖି, ଦୂନିଆ ଆଗରେ 

ଜାତିକୁ ପ୍ରତିଷ୍ଠା କରିଛି ।


ଏ ମାଟିର ପୁଅ ଜୟୀ ରାଜଗୁରୁ ବକ୍ସି 

ଜଗବନ୍ଧୁ ଫିରିଙ୍ଗି ଆଗରେ

ଜୀବନକୁ ଦେଇ, କୀର୍ତ୍ତି ରଖିଛନ୍ତି ଦେଶପାଇଁ 

ଠିଆହୋଇ ଅଚଳ ମେରୁ ଭାବରେ ।

 

ଶପଥ କରିବା ଛାତି ଫୁଲେଇ ଆମ ଦେଶର 

ତ୍ରିରଂଗା ବାନାକୁ ଚାହିଁ

ଆମେ ସବୁ ତାଙ୍କ ଦାୟାଦ, କେବେ ପଛ ଘୁଞ୍ଚା 

ଦେବା ନାହିଁ ।


ଆମେ ସବୁ ତାଙ୍କ ଔରସୁ ଜାତ, ରଖିବା

ଜାତିର ଟେକ

ଉଡ଼ିବା ଶାନ୍ତି ଅହିଂସା ନିଶାରେ, ପାଇବା 

ଲୋଭନୀୟ ଶାନ୍ତି ଅନେକ ।


Rate this content
Log in

Similar oriya poem from Classics