STORYMIRROR

Suresh chandra Padhy

Classics

4  

Suresh chandra Padhy

Classics

ବିଘ୍ନ ହର୍ତା ଗଣେଶ

ବିଘ୍ନ ହର୍ତା ଗଣେଶ

1 min
211


ପାର୍ବତୀ ଙ୍କ ପୁତ୍ର ଆହେ ବିନାୟକ

   ବିଘ୍ନ କୁ ହରଣ କର ମଂଗଳ ଦାୟକ


ଭାଦ୍ରବ ମାସ ଚତୁର୍ଥୀ ତିଥି ରେ 

  ତୁମ ପୂଜା ହୁଏ ସବୁ ଘରେ ଘରେ

ମୋଦକ ପ୍ରିୟ ତୁମେ ଆହେ ଲମ୍ବୋଦର

  ଶୋଭା ପାଏ ବଦନେ ନାଲି ସିନ୍ଦୁର


ତୁମେ ଅଗ୍ର ପୂଜ୍ୟ ଆହେ ଗଣ ନାୟକ

   ବିନାଶ କରି ଦିଅ ସଭିଙ୍କର ଶୋକ


ଏକ ଦାନ୍ତ ତୁମେ ହେଲ ଗଜାନନ

 ବିଦ୍ୟା ବୁଦ୍ଧି ଦାତା ମୁଷିକ ବାହନ

ପ୍ରିୟ ଯେ ତୁମର ଦୁବ ବେଲ ପତର

ଶୁଭ ଲାଭ ରିଦ୍ଧି ସିଦ୍ଧି ତୁମ ପରିବାର


ଭକ୍ତ ଡାକେ ତୁମକୁ ଝରାଇ ଲୋତକ

 ସାହା ହୋଇ ରହିବ ମୋ ଜୀବନ ଯାକ ।।



Rate this content
Log in

Similar oriya poem from Classics