STORYMIRROR

Satyabati Swain

Tragedy

3  

Satyabati Swain

Tragedy

ବିଦ୍ୟାଳୟ କାନ୍ଦୁଛି

ବିଦ୍ୟାଳୟ କାନ୍ଦୁଛି

1 min
228


ଅଦୃଶ୍ୟ ଝଡରେ ଭାଙ୍ଗି ଯାଇଅଛି

   ବିଦ୍ୟାଳୟ ପୂଣ୍ୟାଳୟ

 ହସ ତ ଲିଭିଛି ସବୁରୁ ମୁହଁରୁ

   ଚାରିଆଡେ ମୃତ୍ୟୁଭୟ।


ଶ୍ମଶାନ ଶୁନ୍ୟତା ବିରାଜୁଅଛି

    ସବୁ ଜ୍ଞାନର ମନ୍ଦିରେ 

 ନାହିଁ ଘୋଘୋ ନାହାନ୍ତି ତ ପିଲେ

    ପାଠଶାଳା ଝୁରି ମରେ।


କାନ୍ଦୁଛି ବିଦ୍ୟାଳୟ ଖୋଜି ଆତୁରେ

    ଛାତ୍ର ଛାତ୍ରୀ କଳରଵ

ଛଅ ମାସରୁ ଉର୍ଦ୍ଧ ହେଲାଣି ଏକା

    କେତେ ବିଚ୍ଛେଦ ସହିବ !


ପ୍ରତିଦିନ ତାର ଘର ଅଗଣାରେ

   ଫୁଟୁଥିଲେ ନାନଫୁଲ

ବାସ ଚହଟାଇ ଦେଶର ଭାଗ୍ୟ

   କରୁଥିଲେ ହଟ ଗୋଳ।


କାଳର କରାଳ କି ଆସିଲା ମାଡି

    ସର୍ବେଘରେ ବନ୍ଦୀ ହେଲେ 

ଶ୍ରୀହିଁନ ହୋଇ ବିଦ୍ୟାଳୟ ଆଜି ଦେଖ

   ନିରବରେ ଲୁହ ଝାରେ।


ଖୋଜୁଛି ଆକୁଳେ ଗହ ଗହ ଶବ୍ଦ

    କେତେ ସୁନ୍ଦରିଆ ମୁହଁ

ନିବୁଜ କୋଠରୀ ରାତିଦିନ ଝୁରେ

   ହୃଦୟେ ଉଠେ ତା କୋହ।


କେତେ ସାର୍ ଦିଦି ନୂଆ କୌଶଳେ

    ଗପ ଗୀତ ନାଚ ଦେଇ

ପଢ଼ାଉଥିଲେ ପାଠ, ସହ କେତେ ଶାଠ

     ଆଉ ସେ ସବୁ ତ ନ ଶୁଭଇ।


ହତଶିରୀ ହୋଇ ବିଦ୍ୟାଳୟ ଆମ

     ଆଖିରୁ ଝରାଇ ଲୁହ

ଆଲୋ ମହାମାରୀ ବିଶ୍ୱର ବଇରୀ

    ଏମିତି କିଆଁ କରୁ କହ ?


ତୋଅରି ଭୟରେ ଫୋନ୍ ରେ ପଢ଼ନ୍ତି

     ନ ମାଡନ୍ତି ମୋ ଦୁଆର

କୁହୁଡ଼ିରେ ଶୋଷ ମେଣ୍ଟିଲା ପରାଏ

     ଅନଲାଇନ୍ ପାଠ ଛାର।


ଗରିବ ପିଲାଟି ଆଣ୍ଡ୍ରୋଏଡ଼ ବିନା

     ବସ୍ତାନି ଟାଙ୍ଗି ଦେଇଛି

ପେଟରେ ଭୋକ ମୁଣ୍ଡେ ଦେଇ ହାତ

    ଫୋନ୍ କିଣିବ ଭାବୁଛି।

      

ଆଲୋ କରୋନା ଫେରା ଗହ ଗହ

    କାନ ମୋ ତରଶି ଯାଏ

 ପିଲାମାନେ ମୋର ମୋ କୋଳେ ପଢ଼ନ୍ତୁ

    ଏତିକି ପ୍ରଭୁ ମୁଁ ତ ଚାହେଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy